Latest Odisha News

BREAKING NEWS

ଘରୋଇ ହସ୍ପିଟାଲରେ ଟିକା କରଣ

କଟକ: ଚାଲିଛି କୋଭିଡ ଟିକା କରଣ । ପ୍ରଥମେ ସରକାରୀ ସ୍ତରରେ ଏହି ଟିକା ଦିଆଯାଉଥିଲା ବେଳେ ଟୀକାକେନ୍ଦ୍ରରେ ପ୍ରବଳ ଭିଡ ଲାଗି ରହୁଥିଲା। ସାମାଜିକ ଦୁରତା ମଧ୍ୟ ରହୁ ନଥିଲା। ଏପରି ହେବା ପରେ ଏହି କୋଭିଡ୍ ଟିକା କୁ ଲୋକମାନଙ୍କୁ ଦେବା ପାଇଁ ଘରୋଇ ହସ୍ପିଟାଲ କୁ ସାମିଲ କରିଛନ୍ତି ସରକାର। ସରକାରୀ ଟିକା କେନ୍ଦ୍ରରେ ସମ୍ପୂର୍ଣ୍ଣ ନିଶୁଳ୍କ ଟିକା ଦିଆଯାଉଥିବେଳେ ଘରୋଇ ହସ୍ପିଟାଲକୁ ମାତ୍ର ୧୦୦ ଟଙ୍କାରେ ଟୀକା ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ ।

BjdElectrycity

ଆଉ କଟକର ବିଭିନ୍ନ ନର୍ସିଂହୋମ ବା ଘରୋଇ ହସ୍ପିଟାଲ୍ ମାନେ ଏହି କୋଭିଡ୍ ଟିକା ପର୍ଯ୍ୟାୟରେ ସାମିଲ ହୋଇଛନ୍ତି। ସହରର କେତେକ ହସ୍ପିଟାଲରେ ଟିକା ଦିଆଯାଇଥିବା ବେଳେ ଅନ୍ୟ କେତୋଟି ହସ୍ପିଟାଲ ଏହି ସେବାରୁ ବଞ୍ଚିତ ହୋଇଥିଲେ। ପରେ ପର୍ଯ୍ୟାପ୍ତ ପରିମାଣର ଟିକା ଆସିବା ପରେ ଘରୋଇ ହସ୍ପିଟାଲ୍ କୁ ଦିଆଯାଇଛି ଟିକା।

ତେବେ ଆଜି ମଙ୍ଗଳବାଗ ଅଞ୍ଚଳରେ ଉର୍ମିଳା ନର୍ସିଂହୋମରେ ଟିକା ନେଇ ଛନ୍ତି ଲୋକେ। କୋଭିଡ୍ ନିୟମ ଅନୁଯାୟୀ ହସ୍ପିଟାଲର ସମସ୍ତ କାର୍ଯ୍ୟ ପରିଚାଳନା କରାଯିବା ସହ ଟିକା ଦେବାକୁ ଆସିଥିବା ଲୋକମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ସାଧାରଣ ଲୋକଙ୍କ ସମେତ ଦିବ୍ୟାଙ୍ଗ ବ୍ୟକ୍ତି ମଧ୍ୟ ଟିକାକରଣରେ ସାମିଲ ହୋଇଥିଲେ।।

Leave A Reply

Your email address will not be published.