Latest Odisha News

BREAKING NEWS

ଦୁନିଆର ଶ୍ରେଷ୍ଠ ୧୦୦ ବ୍ୟଞ୍ଜନ ତାଲିକାରେ ୧୧ତମ ସ୍ଥାନରେ ଭାରତ, ବେଶୀ ପସନ୍ଦ ଗାରଲିକ୍ ନାନ୍

ନୂଆଦିଲ୍ଲୀ : ଖାଦ୍ୟ ରେଟିଂ ଏଜେନ୍ସି ଟେଷ୍ଟଆଟଲାସ, ୨୦୨୩-୨୪ର ଦୁନିଆର ଶ୍ରେଷ୍ଠ ବ୍ୟଞ୍ଜନ ତାଲିକା ଜାରି କରିଛି। ଏଥିରେ ଭାରତ ୧୧ତମ ତାଲିକାରେ ରହିଛି । ସେହିପରି ପ୍ରଥମ ସ୍ଥାନରେ ଇଟାଲୀ ଥିବାବେଳେ ଦ୍ବିତୀୟ ସ୍ଥାନରେ ଜାପାନ ଓ ଗ୍ରୀସ୍ ରହିଛି । ୪ର୍ଥ ସ୍ଥାନରେ ପର୍ତ୍ତୁଗାଲ, ୫ମରେ ଚାଇନା, ୬ଷ୍ଠରେ ଇଣ୍ଡୋନେସିଆ, ୭ମରେ ମେକ୍ସିକୋ, ୮ମରେ ଫ୍ରାନ୍ସ, ୯ମରେ ସ୍ପେନ ଏବଂ ୧୦ମରେ ପେରୁ ରହିଛି।

ଟେଷ୍ଟଆଟଲାସ ଜାରି କରିଥିବା ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ଭାରତର ବଟର ଗାରଲିକ ନାନ୍‌ ୭ମ ସ୍ଥାନରେ ରହିଛି। ତାଲିକାରେ ପ୍ରଥମ ସ୍ଥାନରେ ବ୍ରାଜିଲର ପିକାନା ରହିଥିବାବେଳେ ମାଲେସିଆର ରୋଟି କନାଇ, ଥାଇଲାଣ୍ଡର ଫାଟ କଫାରାଓ ରହିଛି। ବଟର ଗାରଲିକ ନାନ୍‌ ପରି ମୁର୍ଗା ମଖାନି ଓ ଚିକେନ୍‌ ଟିକା ମଧ୍ୟ ସୁସ୍ବାଦୁ ବ୍ୟଞ୍ଜନ ତାଲିକାରେ ରହିଛି।

Comments are closed.