Latest Odisha News

BREAKING NEWS

ଭାରତ ବିଶ୍ୱର ତୃତୀୟ ବୃହତ ମେଦବହୁଳ ରାଷ୍ଟ୍ର; ୭୦ ଭାଗ ଲୋକ ମୋଟାପାର ଶିକାର

ନୂଆଦିଲ୍ଲୀ: ମେଦବହୁଳତା ବା ମୋଟାପାରେ ବିଶ୍ୱର ତିନି ନମ୍ୱର ସ୍ଥାନରେ ରହିଛି ଭାରତ। ନିକଟରେ ପ୍ରକାଶିତ ଲାନସେଟରୁ ଏହା ଜଣାପଡ଼ିଛି ।

ବିଶ୍ୱର ସର୍ବାଧିକ ମେଦବହୁଳ ବ୍ୟକ୍ତି ରହୁଥିବା ଶ୍ରେଷ୍ଠ ଦଶ ରାଷ୍ଟ୍ର ତାଲିକାରେ ଆମେରିକା ଓ ଚୀନ ପଛକୁ ଭାରତ ରହିଛି । ଭାରତର ସହରାଞ୍ଚଳରେ ବାସକରୁଥିବା ୭୦ ପ୍ରତିଶତ ଲୋକ ମେଦବହୁଳତାର ଶିକାର ହୋଉଛନ୍ତି ।

ଏନସିଡି ରିସ୍କ ଫ୍ୟାକ୍ଟର କୋଲାବରେସନ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାରତରେ ପ୍ରାୟ ୮ କୋଟି ଲୋକ ମୋଟାପାରେ ପୀଡ଼ିତ। ସେମାନଙ୍କ ମଧ୍ୟରୁ ପ୍ରାୟ ୫ରୁ ୧୯ ବୟସ ବର୍ଗରେ ପ୍ରାୟ ୧ କୋଟି ଅଛନ୍ତି ।

ରିପୋର୍ଟ ଦର୍ଶାଉଛି, ୩୦ ନିୟୁତ ଭାରତୀୟଙ୍କ ଶରୀରର ଓଜନ ଅତ୍ୟଧିକ ରହିଛି । ପ୍ରାୟ ୬୨ ନିୟୁତ ମଧୁମେହ ରୋଗୀଙ୍କ ଶରୀରରେ ଅଧିକ ବଡି ଫ୍ୟାକ୍ଟ ରହିଛି ବୋଲି ମୋହାଲିର ଏକ ହସ୍ପିଟାଲର ବରିଷ୍ଠ ବ୍ୟାରିଆଟିକ୍ ସର୍ଜନ ଡାକ୍ତର ଅମିତ ଗର୍ଗ କହିଛନ୍ତି । ତେବେ ଭାରତରେ ସ୍ୱଳ୍ପ ଓଜନ ବିଶିଷ୍ଟ ମହିଳାଙ୍କ ହାର ପ୍ରାୟ ୩୦ ପ୍ରତିଶତ କମିଥିବା ବେଳେ ସେମାନଙ୍କ ମଧ୍ୟରେ ମେଦବହୁଳତା ହାର ୯ ପ୍ରତିଶତ ବଢ଼ିଛି ।

ପୁରୁଷଙ୍କ କ୍ଷେତ୍ରରେ ମେଦବହୁଳତାର ହାର ୫ ପ୍ରତିଶତ ବଢ଼ିଛି । ତେବେ କୋଭିଡ୍ ମହାମାରୀ ପରେ ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ମେଦବହୁଳତା ଢ଼େର ବଢ଼ିଥିବା ଦେଖିବାକୁ ମିଳିଛି । ଦେଶରେ ୫ରୁ ୧୯ ବର୍ଷ ବୟସ ବର୍ଗରେ ୭୦ ଲକ୍ଷ ପୁଅ, ୫୦ ଲକ୍ଷ ଝିଅଙ୍କ ଠାରେ ମେଦବହୁଳତା ଦେଖିବାକୁ ମିଳିଛି ।

Leave A Reply

Your email address will not be published.