Latest Odisha News

BREAKING NEWS

ଏଲିନିନୋ ଦୁର୍ବଳ ସତ୍ତ୍ବେ ୩ ମାସ ପ୍ରବଳ ଖରା ହେବ, ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା

ଭୁବନେଶ୍ବର: ମାର୍ଚ୍ଚ ମାସ ଆରମ୍ଭରୁ ବଢିଲାଣି ଖରାର ପ୍ରକୋପ । ଆଗାମୀ ୩ ମାସ ଅର୍ଥାତ୍ ମାର୍ଚ୍ଚ, ଏପ୍ରିଲ, ମେ’ ରେ ପ୍ରଚଣ୍ଡ ରୌଦ୍ରତାପ ହେବ । ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ । ତା’ ସାଙ୍ଗକୁ ଗ୍ରୀଷ୍ମପ୍ରବାହ ବା ହିଟ୍ ୱେଭ ଜାରି ରହିବ । ବୋଲି ପୂର୍ବାନୁମାନ କରିଛି ବିଶ୍ୱ ପାଣିପାଗ ସଂଗଠନ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ଏଲନିନୋ ଏକ ପ୍ରାକୃତିକ ଜଳବାୟୁ ଢାଞ୍ଚା । ଏହା କେନ୍ଦ୍ରୀୟ ଏବଂ ପୂର୍ବ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ଉଷ୍ମତା ସହ ଜଡ଼ିତ । ଏହା ପୃଥିବୀର ବିଭିନ୍ନ ସ୍ଥାନରେ ପାଣିପାଗ ଓ ଝଡ଼ର ଢାଞ୍ଚାକୁ ପ୍ରଭାବିତ କରିଥାଏ ।

ପାଣିପାଗ ବିଶେଷଜ୍ଞଙ୍କ ମତରେ, ଏଲନିନୋ ବର୍ଷର ପର ବର୍ଷଗୁଡ଼ିକରେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହୋଇଥାଏ । ୨୦୧୫ରେ ପ୍ରଶାନ୍ତ ମହାସାଗରରେ ଏଲନିନୋ ସକ୍ରିୟ ରହିଥିଲା । ଫଳରେ ୨୦୧୬ରେ ଓଡ଼ିଶାରେ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଥିଲା । ୨୦୨୩ରେ ଏଲନିନୋ ସକ୍ରିୟ ଥିଲା, ତେଣୁ ଚଳିତବର୍ଷ ସେହିଭଳି ତାପମାତ୍ରା ରହିପାରେ ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ତେଣୁ ଏବର୍ଷ ମଧ୍ୟ ପ୍ରବଳ ଖରା ହେବ ।

ଏଲନିନୋ ସାଧାରଣ ଭାବେ ପ୍ରତି ୨ ରୁ ୭ ବର୍ଷ ପର୍ଯ୍ୟନ୍ତ ହୁଏ, ଆଉ ଏହା ୯ ରୁ ୧୨ ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥାଏ ବୋଲି କହିଛି ବିଶ୍ୱ ପାଣିପାଗ ସଂଗଠନ ।

 

Leave A Reply

Your email address will not be published.