Latest Odisha News

BREAKING NEWS

ଦେଶରେ ଆକ୍ରନ୍ତଙ୍କ ସହ ବଢୁଛି ଆରୋଗ୍ୟ ହାର: ଗୋଟିଏ ଦିନରେ ୫୭ ହଜାରରୁ ଉର୍ଦ୍ଧ୍ବ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଜାରି ରାହିଛି କରୋନାର କୋପ । ଦିନକୁ ଦିନ ବହୁ ମାତ୍ରାରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସେହି ଅନୁସାରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିନକରେ ୫୭୩୮୧ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୧୮,୦୮,୯୩୬ ରେ ପହଞ୍ଚିଛି । ଏଥିସହିତ କୋଭିଡ୍‍-୧୯ ଆରୋଗ୍ୟ ହାର ୭୦% ରେ ପହଞ୍ଚିଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ୬୫,୦୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବେଳେ ଗୋଟିଏ ଦିନରେ ଆଉ ୯୯୩ ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି ।

Leave A Reply

Your email address will not be published.