ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଭାରତରେ ୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂକ୍ୟା ୧,୪୭୫ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ଏଯାବତ ୫,୩୧,୯୨୬ ବୋଲି ସକାଳ ୮ଟାରେ ଅପଡେଟ୍ ହୋଇଥିବା ତଥ୍ୟରେ ଦର୍ଶାଯାଇଛି।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪.୪୯ କୋଟି (୪,୪୯,୯୬,୬୫୩)ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଓ୍ୱେବସାଇଟର ତଥ୍ୟ ଅନୁଯାୟୀ, ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୪୪,୬୩,୨୫୨କୁ ବୃଦ୍ଧି ପାଇଛି ଏବଂ ଜାତୀୟ ଆରୋଗ୍ୟ ହାର ୯୮.୮୧ ପ୍ରତିଶତ ରହିଛି। ମୃତ୍ୟୁ ହାର ୧.୧୮ ପ୍ରତିଶତ ରହିଛି।
ମନ୍ତ୍ରଣାଳୟର ତଥ୍ଯ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶରେ ୨୨୦.୬୭ କୋଟି ଡୋଜ୍ କୋଭିଡ୍ ଟିକା ଦିଆଯାଇଛି।
Comments are closed.