ନୂଆଦିଲ୍ଲୀ: ସୋମବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାରତ ପୁଣି ଚୀନ୍ର ଉଚ୍ଚାଭିଳାଷୀ ‘ୱାନ୍ ବେଲ୍ଟ, ୱାନ୍ ରୋଡ୍’ (ଓବିଓଆର୍) ପ୍ରକଳ୍ପକୁ ବିରୋଧ କରିଛି। (ଓବିଓଆର୍) ପ୍ରକଳ୍ପର ଏକ ଅଂଶ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ଯାଇଥିବା ଚୀନ୍-ପାକିସ୍ତାନ (ସିପିଇସି) କୁ ଭାରତ ଅନେକ ଥର ବିରୋଧ କରିଛି। ତେବେ ସଂଗଠନରେ ଜଡିତ ଅନ୍ୟ ଦେଶମାନେ ଏହି ପ୍ରକଳ୍ପକୁ ସମର୍ଥନ କରିଥିଲେ।
କାଜାଖସ୍ତାନ, କିର୍ଗିଜସ୍ଥାନ, ପାକିସ୍ଥାନ, ଋଷିଆ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ଚୀନ୍ର ‘ୱାନ୍ ବେଲ୍ଟ, ୱାନ୍ ରୋଡ୍’ ପଦକ୍ଷେପକୁ ସମର୍ଥନ କରୁଥିବା ନିଶ୍ଚିତ କରିଛନ୍ତି ବୋଲି ଏସସିଓ ପରିଷଦର ୧୯ ତମ ବୈଠକ ଶେଷ ହେବା ପରେ ଜାରି ଏକ ମିଳିତ ବିଜ୍ଞପ୍ତିରେ କୁହାଯାଇଛି।
ଏହି ବୈଠକରେ ଋଷିଆ, ଚୀନ୍, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ପ୍ରଧାନମନ୍ତ୍ରୀମାନେ ଅଂଶଗ୍ରହଣ କରିଥିବାବେଳେ ପାକିସ୍ତାନରୁ ବୈଦେଶିକ ବ୍ୟାପାର ସଂସଦୀୟ ସଚିବ ପ୍ରତିନିଧିତ୍ୱ କରିଥିଲେ। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଭାରତ ପକ୍ଷରୁ ଏହି ଅନୁଗ୍ରହ ପ୍ରଦାନ କରିଥିଲେ।
ପରୋକ୍ଷ ଭରବେ ଚୀନ୍ର ନାଁ ନନେଇ ଉପରାଷ୍ଟ୍ରପତି କହିଛନ୍ତି ଯେ ନ୍ୟାୟ ପାଇବା ପାଇଁ ସମସ୍ତ ସଦସ୍ୟ ସ୍ୱଚ୍ଛ ହେବା ଉଚିତ୍। ଭେଙ୍କୟା ନାଇଡୁ ପାକିସ୍ତାନର ହସ୍ତତନ୍ତ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଅନେକ ସ୍ଥାନରୁ ଆତଙ୍କବାଦକୁ ନେଇ ଭାରତ ଚିନ୍ତିତ। ସରକାରୀ ନୀତି ଭାବରେ ଆତଙ୍କବାଦକୁ ପ୍ରୋତ୍ସାହିତ କରାଯାଉଛି। ଏହିପରି ମନୋଭାବ ଏସ୍ସିଓ ର ନୀତି ଏବଂ ଧାରଣା ବିରୁଦ୍ଧରେ ବୋଲି କହିଛନ୍ତି ନାଇଡୁ।
Comments are closed.