ବର୍ମିଂହାମ:ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୯ ରନରେ ଇଂଲଣ୍ଡକୁ ପରାସ୍ତ କରି ଆଗୁଆ ସିରିଜ ଜିତି ନେଇଛି । ୩ମ୍ୟାଚ ବିଶିଷ୍ଟ ମୁକାବିଲାରେ ଆଉ ଗୋଟିଏ ମ୍ୟାଚ ବାକିଥିବା ବେଳେ ଟିମ ଇଣ୍ଡିଆ ୨-୦ରେ ଅଗ୍ରଣୀ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ ହରାଇ ୧୭୦ ରନ କରିଥିଲା । ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୪୬ରନ, ରୋହିତ ଶର୍ମା ୩୧ ଓ ରିଷଭ ପନ୍ତ ୨୬ ରନର ଇନିଂସ ଖେଳିଥିଲେ । ବିରାଟ କୋହଲି ପୁନର୍ବାର ଫେଲ ମାରି ୧ ରନରେ ପ୍ୟାଭିଲିୟନ ଫେରି ଯାଇଥିଲେ । ଜବାବରେ ଇଂଲଣ୍ଡ ୧୭ ଓଭରରେ ୧୨୧ ରନ କରି ଅଲଆଉଟ ହୋଇ ଯାଇଥିଲା ।
.@BhuviOfficial put on an impressive show with the ball & bagged the Player of the Match award as #TeamIndia beat England by 49 runs to take an unassailable lead in the series. 👏 👏
Scorecard ▶️ https://t.co/e1QU9hlHCk #ENGvIND pic.twitter.com/LxyxgaKZnr
— BCCI (@BCCI) July 9, 2022
ଭୁବନେଶ୍ୱର କୁମାର ଭାରତ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଯଶପ୍ରୀତ ବୁମରାହ ଓ ଯୁଜଭେନ୍ଦ୍ର ଚହଲ ୨ଟି ଲେଖାଁଏ ୱିକେଟ ନେଇଥିଲେ । ମୋଇନ ଅଲୀ ଘରୋଇ ଦଳ ତରଫରୁ ସର୍ବାଧିକ ୩୫ ରନ କରିଥିଲେ । ଏହି ବିଜୟ ସହ ରୋହିତ ଶର୍ମା ଅଧିନାୟକ ଭାବେ ଏକ ବିଶ୍ୱରେକର୍ଡ କରିଛନ୍ତି । ଟି୨୦ରେ ତାଙ୍କ ନେତୃତ୍ୱରେ ଦଳ କ୍ରମାଗତ ୧୪ ବିଜୟ ହାସଲ କରିଛନ୍ତି । ସେ ୩ଟି ଯାକ ଫର୍ମାଟରେ ୧୯ଟି ମ୍ୟାଚ ଜିତିଛି ।
Comments are closed.