Latest Odisha News

ଦେଶରେ ୭୦ ହଜାରକୁ ଖସିଲାଣି ଦୈନିକ କରୋନା କେସ୍, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତଳମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୧ହଜାର ୩୬୫ ନୂଆ ଆକ୍ରାନ୍ତ । କେରଳରୁ ସର୍ବାଧିକ ୨୯ହଜାର ୪୭୧ ପଜିଟିଭ୍ ବାହାରିଛନ୍ତି । ମହାରାଷ୍ଟ୍ରରୁ ୬ହଜାର ୧୦୭, ତାମିଲନାଡୁରୁ ୪ହଜାର ୫୧୯, କର୍ଣ୍ଣାଟକରୁ ୪ହଜାର ୪୫୨ ଓ ରାଜସ୍ଥାନରୁ ବାହାରିଛନ୍ତି ଆଉ ୩ହଜାର ୪୧୧ ପଜିଟିଭ୍ ।

ଦେଶରେ ଦୈନିକ ପଜିଟିଭ୍ ହାର ରହିଛି ୪.୫୪ ପ୍ରତିଶତ । ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ସାରା ଦେଶରୁ କରୋନା ନେଇଛି ଆଉ ୧୨ଶହ ୧୭ ଜୀବନ । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫ଲକ୍ଷ ୫ହଜାର ୨୭୯କୁ ବୃଦ୍ଧି ପାଇଛି ।
ଏବେ ଦେଶରେ ୮ଲକ୍ଷ ୯୨ହଜାର ୮୨୮ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ଆକ୍ରାନ୍ତଙ୍କର ୨.୧୧ପ୍ରତିଶତ । ସୁସ୍ଥ ହାର ରହିଛି ୯୬.୭୦ ପ୍ରତିଶତ ।

Comments are closed.