Latest Odisha News

BREAKING NEWS

କେନ୍ଦ୍ରରେ ଦୁଇ ଜଣ IAS ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: କେନ୍ଦ୍ରରେ ଦୁଇ ଜଣ IAS ଅଧିକାରୀଙ୍କୁ ମିଳିଲା ନିଯୁକ୍ତି ।  ଓଡ଼ିଶା କ୍ୟାଡରର ଦୁଇ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ସେମାନେ ୧୯୯୦ ବ୍ୟାଚର ଦୁଇ ଅଧିକାରୀ ମନୋଜ ଆହୁଜା ଓ ଆରତୀ ଆହୁଜା । ମନୋଜଙ୍କୁ କେନ୍ଦ୍ରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଏସଡି ଭାବେ ଦାୟିତ୍ୱ ମିଳିଛି । ଆସନ୍ତା ମାର୍ଚ୍ଚ ୩୧ରେ ସେ ନୂତନ ଦାୟିତ୍ୱ ଗ୍ରହଣ କରିବେ ।

ସେହିପରି ଆରତୀଙ୍କୁ କେନ୍ଦ୍ର ରସାୟନ ଓ ପେଟ୍ରୋକେମିକାଲ୍ସ ବିଭାଗର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଏ ବାବଦରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି ।

ଗତ କିଛିଦିନ ଧରି କେନ୍ଦ୍ର ସରକାରଙ୍କ ଆଇଏଏସ କ୍ୟାଡର ନିୟମ ସଂଶୋଧନକୁ ନେଇ ବିଭିନ୍ନ ରାଜ୍ୟ ପକ୍ଷରୁ ବିରୋଧ ଜାରି ରହିଛି । ଓଡ଼ିଶା ସରକାର ମଧ୍ୟ ଏ ବାବଦରେ କେନ୍ଦ୍ରକୁ ବିରୋଧ କରିଛନ୍ତି । ଆଇଏଏସ କ୍ୟାଡର ନିୟମ-୧୯୫୪ର ୬ (୧)କୁ କେନ୍ଦ୍ର ସରକାର ସଂଶୋଧନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଏହି ନିୟମ କାର୍ଯ୍ୟକାରୀ ହେଲେ ରାଜ୍ୟମାନଙ୍କର ବିନା ଅନୁମତିରେ କେନ୍ଦ୍ର ସରକାର ପ୍ରଶାସନିକ ଅଧିକାରୀଙ୍କୁ ଡେପୁଟେସନରେ ନେଇପାରିବେ । କିଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହା ବିରୋଧରେ ମତ ଦେଇଛନ୍ତି ।

Comments are closed, but trackbacks and pingbacks are open.