Latest Odisha News

BREAKING NEWS

ଏସିଆ କପ ହକି ସୁପର ଫୋର: ମାଲେସିଆ ବିପକ୍ଷରେ ଭାରତର ବୃହତ ବିଜୟ

ରାଜଗୀର: ବିହାରରେ ଚାଲିଥିବା ଏସିଆ କପ ହକିରେ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ଭାରତ ସୁପର ଫୋରର ଦ୍ୱିତୀୟ ମୁକାବିଲାରେ ମାଲେସିଆକୁ ୪-୧ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ ତାର ସ୍ଥିତି ମଜଭୁତ କରିଛି । ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତ ବିପକ୍ଷରେ ପ୍ରଥମ ଗୋଲ ସ୍କୋର କରିଥିଲା । ଶଫିକ ହାସନ ଏହି ଗୋଲଟି ଦେଇଥିଲେ । ଏହା ପରେ ଭାରତ ମ୍ୟାଚକଚ ହାତମୁଠାକୁ ଆଣିଥିଲା । ଦ୍ୱିତୀୟ କ୍ୱାର୍ଟରରେ ମନପ୍ରୀତ ସିଂ ଗୋଲ ସ୍କୋର କରି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ ।

ସୁଖଜିତ ସିଂ, ଶୀଲାନନ୍ଦ ଲାକ୍ରା ଓ ବିବେକ ପ୍ରସାଦ ଗୋଲ ସ୍କୋର କରି ଭାରତକୁ ୪-୧ରେ ଜିତାଇଥିଲେ । ମାଲେସିଆ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ଭାରତ ତାର ସୁପର ଫୋର ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆ ସହ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଥିଲା ।

Comments are closed.