Latest Odisha News

BREAKING NEWS

ଏବେ ବି ରେଡ୍‌ ଲିଷ୍ଟରେ ଭାରତ; ଭାରତୀୟ ଯାତ୍ରୀଙ୍କ ପାଇଁ କୋହଳ ହେବନି ନିୟମ

ନୂଆଦିଲ୍ଲୀ: ୟୁଏସ୍‌ ଏବଂ ୟୁରୋପୀୟ ୟୁନିଅନ୍ (ଇୟୁ) ଦେଶଗୁଡିକର ସମ୍ପୂର୍ଣ୍ଣ ଟିକାକୃତ ଯାତ୍ରୀମାନେ ଇଂଲଣ୍ଡରେ ପହଞ୍ଚିବା ପରେ ୧୦ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧରୁ ଦୂରେଇ ରହିପାରିବେ। କିନ୍ତୁ ଭାରତରୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ।

ଭାରତ ଏବେ ବି ରେଡ୍‌ ଲିଷ୍ଟ୍‌ରେ ରହିଛି। କାରଣ ଭାରତରେ କରୋନା ସଂକ୍ରମଣ ହାର କମିଥିଲେ ସୁଦ୍ଧା ଯେଉଁଭଳି ଭାବେ ଆଶା କରାଯାଉଥିଲା ସେଭଳି କମିନାହିଁ। ଭାରତର କିଛି ରାଜ୍ୟରେ ସଂକ୍ରମଣ ଏବେ ବି ଉପରମୁହାଁ ହେଉଛି। ଯାହାକୁ ନେଇ ସରକାର ଉଦ୍‌ବେଗ ପ୍ରକାଶ କଲେଣି।

ଫ୍ରାନ୍ସ ଏବଂ ଭାରତୀୟ ଯାତ୍ରୀମାନଙ୍କୁ ବ୍ରିଟେନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିଲେ ମଧ୍ୟ ୧୦ ଦିନିଆ ସଙ୍ଗରୋଧ ନିୟମ ପାଳନ କରିବାକୁ ପଡିବ।

Comments are closed.