Latest Odisha News

BREAKING NEWS

ଅଲିମ୍ପିକ୍ସ: ୩୭ ବର୍ଷ ପରେ ଗ୍ରୁପ ଷ୍ଟେଜରେ ୩ ମ୍ୟାଚ ଜିତିଲେ ଭାରତୀୟ ହକି ଟିମ୍‌

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ଲୟକୁ ଫେରିଛନ୍ତି । ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ହକି ଦଳ ଅଲିମ୍ପିକ ଚାମ୍ପିୟନ ଆର୍ଜେଂଟିନାକୁ ୩-୧ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିିଛି । ଦୀର୍ଘ ୩୭ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ଗ୍ରୁପ ଷ୍ଟେଜରେ ୩ଟି ମ୍ୟାଜ ଜିତିଛି । ୧୯୮୪ରେ ଭାରତ ଏହି ସଫଳତା ହାସଲ କରିଛି । ସୂଚନାଯୋଗ୍ୟ, ୧୯୮୦ ପରଠାରୁ ହକିରେ ଭାରତ କୌଣସି ପଦକ ଜିତି ନାହିଁ । ଆର୍ଜେଂଟିନା ବିପକ୍ଷ ପ୍ରଥମ ୨ଟି କ୍ୱାର୍ଟରରେ ଭାରତ କୌଣସି ଗୋଲ ସ୍କୋର କରିପାରି ନ ଥିଲା ।

୪୩ତମ ମିନିଟରେ ବରୁଣ କୁମାର, ବିବେକ ସାଗର ପ୍ରସାଦ (୫୮ତମ), ଅଧିନାୟକ ହରମନପ୍ରୀତ ସିଂ (୫୯ତମ) ଭାରତ ପକ୍ଷରୁ ଗୋଲ ସ୍କୋର କରିଥିଲେ । କ୍ୟାସିଲା ଆର୍ଜେଂଟିନା ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ଭାରତ ପୁଲ ଏରେ ଯଦି ଦ୍ୱିତୀୟ ସ୍ଥାନରେ ରୁହେ ତାହାହେଲେ ଜର୍ମାନୀ, ନେଦରଲାଣ୍ଡ ିକିମ୍ବା ବ୍ରିଟେନକୁ ଭେଟିବ । ୩୦ ବର୍ଷ ମଧ୍ୟରେ ଭାରତର ପ୍ରଦର୍ଶନ ଏହି ୩ ଦେଶ ବିପକ୍ଷରେ ସେତେଟା ଉତ୍ସାହଜନକ ରହି ନାହିଁ ।

Leave A Reply

Your email address will not be published.