Latest Odisha News

BREAKING NEWS

ଲକ୍ଷେ ୫୨ ହଜାର ଟପିଲା ଦେଶରେ କରୋନା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ୧୫ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ମହାମାରୀ ସହ ଲଢ଼େଇ ଭିତରେ ଆଜି ଆରମ୍ଭ ହେଉଛି ଟିକାକରଣ । ଏହାସହ ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ ହଜାର ୧୫୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୪୨ହଜାର ୮୪୧କୁ ବୃଦ୍ଧି ପାଇଛି ।

ଦେଶରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୭୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ ମହାମାରୀ ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୨ହଜାର ୯୩ ଛୁଇଁଛି । ମୃତ୍ୟୁହାର ରହିଛି ୧.୪୪% ।

କମୁଛି ଆକ୍ଟିଭ୍ କେସ୍, ବଢୁଛି ସୁସ୍ଥହାର । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୧୬ହଜାର ୯୭୭ ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୧କୋଟି ୧ଲକ୍ଷ ୭୯ହଜାର ୭୧୫କୁ ବୃଦ୍ଧି ପାଇଛି । ଏବେ ଦେଶରେ ୨ଲକ୍ଷ ୧୧ହଜାର ୩୩ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.