Latest Odisha News

BREAKING NEWS

୨୦ ଜାନୁଆରୀ ସକାଳେ ହ୍ୱାଇଟ୍‌ ହାଉସ୍‌କୁ ବିଦାୟ ଦେବେ ଟ୍ରମ୍ପ୍‌

ୱାଶିଂଟନ୍: ଜାନୁଆରୀ ୨୦ ବୁଧବାର ସକାଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍‌ ହାଉସ ଛାଡିବେ। ସେହି ଦିନ ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। କ୍ଷମତା ହସ୍ତାନ୍ତର ଯୋଜନା ସହ ଜଡିତ ଜଣେ ଦାୟିତ୍ବବାନ ବ୍ୟକ୍ତି ନିଜର ପରିଚୟକୁ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ ହ୍ୱାଇଟ୍‌ ହାଉସ ଛାଡିବାକୁ ଟ୍ରମ୍ପଙ୍କ ନିଷ୍ପତ୍ତି ସରକାରୀ ଭାବେ ପ୍ରକାଶ କରାଯାଇ ନାହିଁ କିନ୍ତୁ ପ୍ରସ୍ତୁତି ଅନୁଯାୟୀ ଟ୍ରମ୍ପ ବୁଧବାର ସକାଳେ ହ୍ୱାଇଟ୍‌ ହାଉସକୁ ବିଦାୟ ଦେବେ।

ରବିବାର ଦିନ ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତାବିତ ରିହର୍ସାଲ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ବର୍ତ୍ତମାନ ସମଗ୍ର ସଂସଦ ବିଲ୍ଡିଂ କମ୍ପ୍ଲେକ୍ସ (କ୍ୟାପିଟାଲ ହିଲ) ସୁରକ୍ଷା ବାହିନୀକୁ ହସ୍ତାନ୍ତର କରାଯାଇଛି। ଟ୍ରମ୍ପ ସମର୍ଥକଙ୍କ ବିଶୃଙ୍ଖଳାକୁ ରୋକିବା ପାଇଁ ସଶସ୍ତ୍ର ଲୋକମାନେ ସଜାଗ ରହିଛନ୍ତି। ବର୍ତ୍ତମାନ ରାଜଧାନୀରେ ୨୫ ହଜାର ନ୍ୟାସନାଲ ଗାର୍ଡ ନିୟୋଜିତ ହୋଇଛନ୍ତି। ହ୍ୱାଇଟ୍‌ ହାଉସ ଏବଂ ଏହାର ଆଖପାଖରେ ଥିବା ସମସ୍ତ ସ୍ମାରକୀ ସୁରକ୍ଷା ଦୃଷ୍ଟିରୁ ଜନସାଧାରଣଙ୍କ ପାଇଁ ବନ୍ଦ ରହିଛି। ସାଧାରଣ ଲୋକଙ୍କୁ କେବଳ ଜାନୁଆରୀ ୨୧ ପରେ ଏହି ସ୍ଥାନଗୁଡିକ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ।
Leave A Reply

Your email address will not be published.