Latest Odisha News

BREAKING NEWS

କମୁଛି ଦୈନିକ ସଂକ୍ରମଣ; ଦେଶରେ ୧ ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମିଛି କରୋନାର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ନୂଆ ଆକ୍ରାନ୍ତ।

ଏହି ସମୟରେ ୩ ହଜାର ୬୬୦ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ସୁସ୍ଥ ହୋଇଛନ୍ତି ଦିନକରେ ୨,୫୯,୪୫୯।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨ କୋଟି ୭୫ ଲକ୍ଷ, ୫୫ ହଜାର ୪୫୭କୁ ବୃଦ୍ଧି ପାଇଛି । ମୋଟ୍ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୮ ହଜାର ୮୯୫ । ସୁସ୍ଥ ହୋଇଛନ୍ତି ୨ କୋଟି ୪୮ ଲକ୍ଷ ୯୩ ହଜାର ୪୧୦ ଏବଂ ଆକ୍ଟିଭ୍ କେସ୍ ରହିଛି ୨୩,୪୩,୧୫୨।

Leave A Reply

Your email address will not be published.