Latest Odisha News

BREAKING NEWS

ବୈତରଣୀରେ ବନ୍ୟା, ପ୍ରଭାବିତ ଅଞ୍ଚଳରେ ଭଦ୍ରକ ଜିଲ୍ଲାପାଳ

ଭଦ୍ରକ: ବାତ୍ୟା ‘ୟାସ୍’ ପ୍ରଭାବରେ ହୋଇଥିବା ବର୍ଷା ଫଳରେ ବୈତରଣୀ ନଦୀରେ ବନ୍ୟା ଆସିଛି । ଆଖୁଆପଦା ଠାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ବ୍ଲକର ଏକାଧିକ ଗାଁ ପ୍ରଭାବିତ ହୋଇଛି । ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ବନ୍ୟା ଜଳରେ ଫସିଥିବା ୭ ଜଣଙ୍କୁ ଉଦ୍ଧାର କରିଛି ।

ବୈତରଣୀରେ ବନ୍ୟା ଫଳରେ ମାଲଦା, ସୋଲାମପୁର ରାସ୍ତା ଉପରେ ପାଣି ଚାଲୁଛି । ସମସ୍ତ ଲୋକ ସୁରକ୍ଷିତ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରାହାଣିଆ, ସୋଲାମପୁର ଓ ମାଲଦା ପଞ୍ଚାୟତର ଶତାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

କାନ୍ତି ନିକଟରେ ବନ୍ୟା ଜଳ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକ ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଖୋଦ୍ ଭଦ୍ରକ ଜିଲ୍ଲାପାଳ । ଆଖୁଆପଦା ଠାରେ ବୈତରଣୀ ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ବନ୍ୟା ଜଳ ୧୮.୭୦ ମିଟର ଉପରେ ପ୍ରବାହିତ ହେଉଛି ।

ଧାମନଗରର ଦୋବାଲ-ଷେଣ୍ଢପୁର ରୋଡ୍ ବୈତରଣୀ ବନ୍ୟା ଜଳରେ ବୁଡ଼ି ଯାଇଛି । ସକାଳୁ ସକାଳୁ ବନ୍ୟା ଜଳ ରାସ୍ତା ଉପରେ ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।
Leave A Reply

Your email address will not be published.