Latest Odisha News

BREAKING NEWS

ଦେଶରେ ତଳକୁ ତଳକୁ ଖସୁଛି ସଂକ୍ରମଣ, ହଜାରେ ତଳେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଲକ୍ଷେ ମୁହାଁ ହେଲାଣି । ଦୈନିକ ମୃତ୍ୟୁସଂଖ୍ୟା ବି ଖସୁଛି । ୨୪ ଘଣ୍ଟାରେ ଦେଶୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୭ ହଜାର ୪୭୪ ନୂଆ ଆକ୍ରାନ୍ତ । କେରଳରୁ ସର୍ବାଧିକ ୩୩ହଜାର ୫୩୮, କର୍ଣ୍ଣାଟକରୁ ୧୨ହଜାର ୯, ମହାରାଷ୍ଟ୍ରରେ ୧୧ହଜାର ୩୯୪, ତାମିଲନାଡୁ ୭ହଜାର ୫୨୪ ଆକ୍ରାନ୍ତ ବାହାରିଛନ୍ତି । ଗତକାଲି ଅପେକ୍ଷା ସଂକ୍ରମଣ ୧୬ ପ୍ରତିଶତ କମିଛି ।

ଦେଶରେ କମୁଛି ମୃତ୍ୟୁସଂଖ୍ୟା । ଗତ କିଛି ଦିନ ହେବ ଦୈନିକ ଡେଥ୍ ହଜାରେ ଉପରେ ରହୁଥିଲା । ଆଜି ଆଉ ୮୬୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୃତ୍ୟୁସଂଖ୍ୟା ୫ଲକ୍ଷ ୧ହଜାର ୯୭୯କୁ ବୃଦ୍ଧି ପାଇଛି ।

ଦେଶରେ କେବଳ ୫ଟି ରାଜ୍ୟରେ ୬୫ ପ୍ରତିଶତ ନୂଆ ମାମଲା ରହିଛି । କେବଳ କେରଳରୁ ୩୧ ପ୍ରତିଶତ ନୂଆ କେସ୍ ବାହାରିଛି । ଦେଶରେ ସୁସ୍ଥ ହାର ରହିଛି ୯୫.୯୧ ପ୍ରତିଶତ ରହିଛି ।

Comments are closed, but trackbacks and pingbacks are open.