ନୂଆଦିଲ୍ଲୀ: ଦେଶରେ କୋଟିଏ ୧୦ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି କମ୍ । ସୁସ୍ଥ ହୋଇଛନ୍ତି ଅଧିକ । ଦିନକରେ ୧୦ହଜାର ୫୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୩ହଜାର ୨୫୫ ସଂକ୍ରମିତ ।
ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୦ଲକ୍ଷ ୧୬ହଜାର ୪୩୪ । ସୁସ୍ଥ ହୋଇଛନ୍ତି ୧କୋଟି ୭ଲକ୍ଷ ୧୨ହଜାର ୬୬୫ ସଂକ୍ରମିତ । ଏବେ ଦେଶରେ ୧ଲକ୍ଷ ୪୭ହଜାର ୩୦୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।
ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ଶହେ ଭିତରୁ ରହିଛି । ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୭୮ ସଂକ୍ରମିତଙ୍କ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୬ହଜାର ୪୬୩କୁ ବୃଦ୍ଧି ପାଇଛି ।
Comments are closed.