Latest Odisha News

ସାଇକେଲ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ, ତୈଳ ଦର ବୃଦ୍ଧି ପ୍ରତିବାଦ

ଭୁବନେଶ୍ୱର: ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ । ଶହେ ଟଙ୍କା ପାଖାପାଖି ହେଲାଣି ପେଟ୍ରୋଲ ଓ ଡିଜେଲ ଦାମ୍ । ତୈଳ ଦର ବୃଦ୍ଧିର ପ୍ରତିବାଦରେ ସାଇକେଲ୍ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାଇକେଲ୍ ଚଳାଇ ବିଧାନସଭା ଆସିଥିଲେ ।

ସେହିପରି ତାରା ପ୍ରସାଦ ବାହିନୀପତି ଓ ବିଧାୟକ ଅଧିରାଜ ପାଣିଗ୍ରାହୀ ବି ସାଇକେଲ ଚଢ଼ି ଆସିଥିଲେ ବିଧାନସଭା । କେନ୍ଦ୍ର ଓ ରାଜ୍ୟ ସରକାର ଚିକସ ହ୍ରାସ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ । ପୂର୍ବରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ରାଜ୍ୟରେ 6 ଘଣ୍ଟିଆ ବନ୍ଦ ପାଳନ କରିଥିଲା ।

Leave A Reply

Your email address will not be published.