Latest Odisha News

BREAKING NEWS

ଦେଶରେ କରୋନା ସକ୍ରିୟ ସଂଖ୍ୟା ୫୩,୭୨୦କୁ ବୃଦ୍ଧି; କାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ: ଆଜି ବି(ଏପ୍ରିଲ ୧୫) ଦେଶରେ ୧୦ ହଜାରରୁ ଅଧିକ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧୦, ୭୫୩  କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ସଂକ୍ରମଣ ପରେ ଦେଶରେ ମୋଟ ସକ୍ରିୟ ସଂଖ୍ୟା ୫୩,୭୨୦ ହୋଇଛି।

ଓମିକ୍ରନର ସବ୍‌ ଭ୍ୟାରିଏଣ୍ଟ ଏକ୍ସବିବି.୧.୧୬, ଭ୍ୟାରିଏଣ୍ଟ ପାଇଁ ବର୍ତ୍ତମାନର ସଂକ୍ରମଣ ବଢୁଛି। ଆଜ ଦୈନିକ ସକ୍ରିୟ ହାର ୬.୭୮ ପ୍ରତିଶତ ହୋଇଥିବା ବେଳେ ସାପ୍ତାହିକ ପଜିଟିଭ ହାର ୪.୪୯ ପ୍ରତିଶତ ହୋଇଛି।

ଯଦିଓ ଓମିକ୍ରନ ସବ୍‌ଭ୍ୟାରିଏଣ୍ଟରେ ସଂକ୍ରମଣ ସଂଖ୍ୟା ବଢ଼ୁଛି ତେବେ ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳୁଛି। ସୂଚନା ତାଉକି ଗତକାଲି ଠାରୁ ଆଜି କରୋନା ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି। ଗତକାଲି ୧୧,୧୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତ ୭ ମାସ ପରେ ଏହା ସର୍ବାଧିକ ଦୈନିକ ସଂକ୍ରମିତ ସଂଖ୍ୟା ଥିଲା।

ବର୍ତ୍ତମାନ ସଂକ୍ରମଣ ଓମିକ୍ରନର XBB.1.16 ଭ୍ୟାରିଏଣ୍ଟ ଯୋଗୁ ହେଉଛି ବୋଲି ଜଣାପଡ଼ିଛି। ଏହି ଭ୍ୟାରିଏଣ୍ଟ ପାଇଁ ପେବ୍ରୁଆରୀରେ ୨୧. ପ୍ରତିଶତ ମାମଲା ବଢ଼ିଥିଲା ବେଳେ ମାର୍ଚ୍ଚରେ ୩୫. ପ୍ରତିଶତ ବଢ଼ିଥିଲା। ତେବେ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ବଢ଼ୁ ନାହିଁ

ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ବିଭିନ୍ନ ଡାକ୍ତରଖାନାରେ ୧୦ ଲକ୍ଷ କରୋନା ବେଡ୍ ରହିଛି। ଏଗୁଡ଼ିକ ମଧ୍ୟରୁ ଲକ୍ଷ ଅକ୍ସିଜେନ ସପୋର୍ଟିଂ ବେଡ୍ହୋଇଥିବା ବେଳ ୯୦,୭୮୫ ଆଇସିୟୁ ବେଡ୍ ୫୪ ହଜାର ୫୪୦ ଆଇସିୟୁ ସହ ଭେଣ୍ଟିଲେଟର ବେଡ୍ ରହିଛି। ସେହିପରି ସରକାରୀ ଡାକ୍ତରଖାନାଗୁଡିକରେ ୭୭,୯୨୩ ଭେଣ୍ଟିଲେଟର ୨୬୧,୫୩୪ ଅକ୍ସିଜେନ କନ୍ସଣ୍ଟ୍ରେଟ୍ଟର୍ସ ୬୮୬,୫୬୭ ଅକ୍ସିଜେନ ସିଲିଣ୍ଡର କାର୍ଯ୍ୟକ୍ଷମ ରହିଛି

ସେହିପରି ,୬୫୨,୯୭୪ ପିପିଇ କିଟ୍ ଏବଂ ୨୮,୦୩୯,୯୫୭ ମାସ୍କ ଷ୍ଟୋର ହୋଇ ରହିଛି। ସେହିପରି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପାଖରେ ୬୬୮,୪୩୨,୬୫୮ ପାରାସିଟାମଲ ଡୋଜ୍ ୯୭,୧୭୦,୧୪୯ ଆଜିଥ୍ରୋମାଇସିନ ଡୋଜ୍ ସହ ଅନ୍ୟ ଦରକାରୀ ସାମଗ୍ରୀ ମଧ୍ୟ ରହିଛି

କରୋନା ରୋଗୀଙ୍କୁ ନେବା ଆଣିବା ପାଇଁ ୧୪,୬୯୮ ଟି ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ,୫୫୭ ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଉପଲବ୍ଧ ଅଛି। ଏହା ବାଦ୍ ସ୍ୱାସ୍ଥ୍ୟ ବିଭାଗର ୨୦୮,୩୮୬ ଡାକ୍ତର କୋଭିଡ୍ ମ୍ୟାନେଜ୍ମେଣ୍ଟରେ ରହିଛନ୍ତି ବୋଲି ସୂଚନା ମିଳିଛି। 

Leave A Reply

Your email address will not be published.