Latest Odisha News

BREAKING NEWS

ନିର୍ବାଚନୀ ଭାଷଣବେଳେ ‘ସ୍ମୋକ ବୋମା’ ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ନିର୍ବାଚନୀ ଭାଷଣ ବେଳେ ଭୟଙ୍କର ବିସ୍ଫୋରଣ । ଅଳ୍ପକେ ବର୍ତ୍ତିଗଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା  । ତାଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି । ୱାକାୟାମା ସ୍ଥିତ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ବାସଭବନରେ କାର୍ଯ୍ୟକ୍ରମ ବେଳେ ଏହି ଅଘଟଣ ଘଟିଛି । ମିଳିଥିବା ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଭାଷଣ ଦେବା ବେଳେ ସ୍ମୋକ ବୋମା ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଫଳରେ ସଭାସ୍ଥଳ ଧୂଆଁମୟ ହୋଇଯାଇଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଉକ୍ତ ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା

‘ଦ ଜାପାନ ଟାଇମ୍ସ’ ଦେଇଥିବା ସୂଚନା ଅନୁସାରେ,  ଫୁମିଓ କିସିଦା ଭାଷଣ ଆରମ୍ଭ କରିବାମାତ୍ରେ ଏହି ଆକ୍ରମଣ କରାଯାଇଥିଲା । ସ୍ମୋକ ବୋମା ଫିଙ୍ଗାଯିବା ପରେ ସେଠାରେ ଧୁଆଁ ଭର୍ତି ହୋଇଯାଇଥିଲା । ଉକ୍ତସ୍ଥାନରୁ ମିଳିଥିବା ଭିଡିଓ ଫୁଟେଜରୁ ଜଣାଯାଇଛି, ବିସ୍ଫୋରଣ ହେବା ପରେ ପରେ ସଭାସ୍ଥଳରେ ଥିବା ଦୌଡାଦୌଡି ଆରମ୍ଭ କରିଥିଲେ ।

ଏହି ଘଟଣା ପରେ ଫୁମିଓଙ୍କ ପାର୍ଟି ଲିବରାଲ ଡେମୋକ୍ରାଟିକ ପାର୍ଟି ନେତାମାନେ ତୀବ୍ର ପ୍ରତିକ୍ରିୟା ରଖିବା ସହ ଘଟଣାକୁ ନିନ୍ଦା କରିଛନ୍ତି । ତେବେ ଏହି ଘଟଣା ଗତବର୍ଷର ସ୍ମୃତିକୁ ସତେଜ କରିଛି । ଠିକ ଏମିତ ଏକ ଘଟଣାକ୍ରମରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାଷଣ  ଦେଉଥିବାବେଳେ ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରାଯାଇଥିଲା । ୨ଟି ଗୁଳି ତାଙ୍କ ଛାତିରେ ବାଜିଥିଲା । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ୬ ଘଣ୍ଟା କାଳ ମୃତ୍ୟୁ ସହ ସଂଘର୍ଷ କରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.