Latest Odisha News

BREAKING NEWS

ଦେଶରେ ଆଉ ୧୧ ହଜାର ୭୧୩ କରୋନା ସଂକ୍ରମିତ ଚିହ୍ନଟ, ଟିକା ନେଲେଣି ୫୪ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଅନ୍ୟପଟେ ଜାରି ରହିଛି କୋଭିଡ୍ ଟିକାକରଣ । ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୭୧୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୪୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୧ ଲକ୍ଷ ୫୪ ହଜାର ୫୯୦ଟି କରୋନାର ସକ୍ରିୟ ସଂକ୍ରମିତ ମାମଲା ରହିଛି ।

ଅନ୍ୟପଟେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଶୁକ୍ରବାର ଗୋଟିଏ ଦିନରେ ରାତି ୭ଟା ସୁଦ୍ଧା ୩ ଲକ୍ଷ ୩୧ ହଜାର ୨୯ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଏଯାବତ୍ ଦେଶରେ ମୋଟ ୫୪ ଲକ୍ଷ ୧୬ ହଜାର ୮୪୯ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଟିକାକରଣ ପରେ ମୋଟ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିଗତ ୨୪ ଘଣ୍ଟାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଆଗ୍ରାର ୭୭ ବର୍ଷିଅ ପୁରୁଷ । ଟିକା ନେବାର ୭ ଦିନ ପରେ ଡାଏବେଟିସ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ଭ୍ୟାକ୍ସିନ୍ ଯୋଗୁଁ କାହାର ବି ମୃତ୍ୟୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

Leave A Reply

Your email address will not be published.