Latest Odisha News

BREAKING NEWS

ଟିକା ନେଲେ ପୋଲିସ ଡିଜି ଅଭୟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କୋଭିଡ୍ ଟିକାକରଣ । ଆଜି ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ସେ କଟକ ଇନଡୋର ଷ୍ଟାଡିୟମରେ ଟିକା ନେଇଛନ୍ତି । ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ପୋଲିସ ଡିଜି ।

ସେହିପରି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି, ପୋଲିସ କମିଶର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଆଜି କୋଭିଡ୍ ଟିକା ନେଇଛନ୍ତି । ଟିକା ନେବା ପରେ ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି ପ୍ରଶାସନିକ ଅଧିକାରୀ । ଏହାଦ୍ୱାରା ଟିକା ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଭୟ ଦୂର ହେବ ।

ଟିକା ନେବାକୁ ସମସ୍ତେ ଆଗେଇ ଆସିବେ । ଲୋକଙ୍କ ମନରେ ଆତ୍ମବିଶ୍ୱାସ ବଢ଼ିବ । ଆଜିଠୁ ରାଜ୍ୟରେ ଗୃହ, ନଗର ଉନ୍ନୟନ ଓ ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀ ଟିକା ନେଉଛନ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାଦାନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୧୬ ତାରିଖରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ ।

Leave A Reply

Your email address will not be published.