Latest Odisha News

BREAKING NEWS

ଦେଶରୁ ୨୪ ଘଣ୍ଟାରେ ୧୧ହଜାର କରୋନା ପଜିଟିଭ୍, ୮୪ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧୧ହଜାର ୮୩୧ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୩୮ହଜାର ୧୯୪କୁ ବୃଦ୍ଧି ପାଇଛି ।

କମିଛି ଦୈନିକ ମୃତ୍ୟୁସଂଖ୍ୟା । ଏବେ ଶହେରୁ କମ୍ ସଂକ୍ରମିତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୮୪ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୫ହଜାର ୮୦ ଛୁଇଁଛି ।

କମୁଛି ଆକ୍ଟିଭ୍ କେସ୍ । ବଢୁଛି ସୁସ୍ଥହାର । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୧୧ହଜାର ୯୦୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୧କୋଟି ୫ଲକ୍ଷ ୩୪ହଜାର ୫୦୫ ଆକ୍ରାନ୍ତ । ଏବେ ଦେଶରେ ୧ଲକ୍ଷ ୪୮ହଜାର ୬୦୯ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.