Latest Odisha News

BREAKING NEWS

କାବୁ ପାଉଛି କରୋନା: ୨୪ ଘଣ୍ଟାରେ ଦେଶରୁ ୧୨ ହଜାର ପଜିଟିଭ୍, ୧୧ ହଜାର ସୁସ୍ଥ, ୯୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଚେନ୍ ଭାଙ୍ଗୁଛି । ଦୈନିକ ସଂକ୍ରମଣ ଖସୁଛି । ସୁସ୍ଥ ହାର ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧୨ହଜାର ୧୯୪ ଜଣ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୧୦୬ ସଂକ୍ରମିତ ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୯ଲକ୍ଷ ୪ହଜାର ୯୪୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧କୋଟି ୬ଲକ୍ଷ ୧୧ହଜାର ୭୩୧ ସଂକ୍ରମିତ । ଏବେ ଦେଶରେ ଆକ୍ଟିଭ୍ କେସ୍ ୧ଲକ୍ଷ ୩୭ହଜାର ୫୬୭ ରହିଛି ।

ଦେଶରେ କମିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୯୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୫ହଜାର ୬୪୨କୁ ବୃଦ୍ଧି ପାଇଛି । ସେହିପରି ମହାମାରୀ ବିରୋଧରେ ଚାଲିଛି ଟିକାକରଣ । ବର୍ତ୍ତମାନ ସୁଦ୍ଧା ୮୨ଲକ୍ଷ ୬୩ହଜାର ୮୫୮ ଜଣ କୋଭିଡ୍ ଟିକା ନେଲେଣି ।

Leave A Reply

Your email address will not be published.