Latest Odisha News

BREAKING NEWS

ଦେଶରେ ଦୈନିକ କରୋନା ଆକ୍ରାନ୍ତ କମ୍ ଓ ସୁସ୍ଥ ହେଉଛନ୍ତି ଅଧିକ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କରୋନାର ପ୍ରଭାବ । ଦୈନିକ ସଂକ୍ରମଣ କମ୍ ହେଉଥିବା ବେଳେ ଅଧିକ ଲୋକ ସୁସ୍ଥ ହେଉଛନ୍ତି । ଆକ୍ଟିଭ୍ କେସ୍ ଓ ଦୈନିକ ମୃତ୍ୟୁସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୪୦୮ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧୫ ହଜାର ୮୫୨ ସଂକ୍ରମିତ ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୨ହଜାର ୫୯୧କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧କୋଟି ୪ଲକ୍ଷ ୯୬ହଜାର ୩୦୮ ଆକ୍ରାନ୍ତ । ଦେଶରେ ସୁସ୍ଥହାର ରହିଛି ୯୭ ପ୍ରତିଶରୁ ଅଧିକ । ଏବେ ୧ଲକ୍ଷ ୫୧ହଜାର ୪୬୦ଟି ଆକ୍ଟିଭ କେସ୍ ରହିଛି ।

କମିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ମହାମାରୀ ଦେଶରୁ ଆଉ ୧୨୦ ସଂକ୍ରମିତଙ୍କ ଜୀବନ ନେଇଛି । କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୪ହଜାର ୮୨୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ କୋଭିଡ୍ ଟିକା ନେଲେଣି ୪୯ଲକ୍ଷ ୫୯ହଜାର ୪୪୫ ଜଣ ।

Leave A Reply

Your email address will not be published.