ନୂଆଦିଲ୍ଲୀ: ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ସୁଧହାର ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଆଜି ରିଜର୍ଭ ବ୍ୟାଙ୍କ ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ସୁଧହାରରେ କୌଣସି ପରିବର୍ତ୍ତନ କରି ନାହାନ୍ତି । ଦେଶର ଜିଡିପି ୧୦ପ୍ରତିଶତ ରହିବା ନେଇ ଆକଳନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ଗତ ୩ଟି ମୁଦ୍ରାନୀତି ବୈଠକରେ ସୁଧହାର ଅପରିବର୍ତ୍ତିତ ରହିବା ସହ ରେପୋରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋରେଟ୍ ୩.୩୫ ପ୍ରତିଶତ ରହିଥିଲା । କରୋନା କାଳରେ ଗତବର୍ଷ ମେ’ ମାସରେ ରିଜର୍ଭ ବ୍ୟାଙ୍କ ଶେଷ ଥର ପାଇଁ ମୁଦ୍ରାନୀତିରେ ପରିବର୍ତ୍ତନ କରିଥିଲା । ଅର୍ଥନୀତି ଦୋହଲି ଯାଇଥିବା ବେଳେ ଏହାକୁ ଟ୍ରାକକୁ ଆଣିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ତେବେ ବର୍ଦ୍ଧିତ ମୁଦ୍ରାସ୍ଫୀତି ଚିନ୍ତାଜନକ ରହିଛି । ଏଭଳି ସ୍ଥିତିରେ ଆରବିଆଇ ମୁଦ୍ରାନୀତି ସମୀକ୍ଷା କରି କଣ ନିଷ୍ପତ୍ତି ନେବା ତାଉପରେ ସମସ୍ତଙ୍କର ନଜର ରହିଥିଲା ।
BREAKING NEWS
- ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ତରଳୁଛି ହିମାଳୟର ଗ୍ଲେସିୟର, ବିପଦରେ ଭାରତର ୨୦ ପ୍ରତିଶତ ଜିଡିପି
- ଘୂର୍ଣ୍ଣିବଳୟ ସକ୍ରିୟ; ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
- ବେକାରୀ ହାର ନେଇ ନୂଆ ସର୍ଭେ ରିପୋର୍ଟ: ସହର ତୁଳନାରେ ଗ୍ରାମାଞ୍ଚଳରେ ସୃଷ୍ଟି ହେଲା ଅଧିକ ନିଯୁକ୍ତି ସୁଯୋଗ
- ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ; କୁକୁଡ଼ା ଦୋକାନୀ ମୃତ, ଜଣେ ଗୁରୁତର
- ଋଷ ସହ ବେପାର କଲେ ଭାରତ ସମେତ ୫ ଦେଶ ଗଣିବେ ୧୦୦ ପ୍ରତିଶତ ଟିକସ
- ଅକ୍ଟୋବର ୧୫ରୁ ବଦଳିବ ୟୁପିଆଇ ନିୟମ: ଜାଣନ୍ତୁ ନୂଆ ଏମଡିଆର୍ ଚାର୍ଜ କାହା ଉପରେ ଲାଗୁ ହେବ?
- ୫ ଓରାଙ୍ଗଉଟାନ୍ ଛୁଆ ଉଦ୍ଧାର ମାମଲା: କେଉଁଠି ଲୁଚିଛନ୍ତି ଅଭିଯୁକ୍ତ? ବାଂଲାଦେଶ କିମ୍ବା ନେପାଳ ଖସିଯିବା ନେଇ ସନ୍ଦେହ
- ଇମ୍ରାନ ଜେଲରେ ମରିଯିବେ; ମୁକ୍ତ କରିବାକୁ ଅନୁରୋଧ କଲେ ୭ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ

Comments are closed.