Latest Odisha News

BREAKING NEWS

ଦେଶରେ ୧୨ ହଜାରକୁ ଖସିଲା ଦୈନିକ କରୋନା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଖସୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୮ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୨ହଜାର ୫୮୪ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୪ଲକ୍ଷ ୭୯ହଜାର ୧୭୯କୁ ବୃଦ୍ଧି ପାଇଛି ।

୨୪ଘଣ୍ଟାରେ ସାରା ଦେଶରେ ସୁସ୍ଥ ହୋଇଛନ୍ତି ଆଉ ୧୮ହଜାର ୩୮୫ ଆକ୍ରାନ୍ତ । ମୋଟ୍ ୧କୋଟି ୧ ଲକ୍ଷ ୧୧ହଜାର ୨୯୪ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ସୁସ୍ଥ ହାର ୯୬.୪୯% । ଏବେ ୧ଲକ୍ଷ ୧୬ହଜାର ୫୫୮ଟି ଆକ୍ଟିଭ୍ କେସ୍ ରହିଛି ।

ଦୁଇ ଶହ ତଳକୁ ଖସିଛି ଦୈନିକ କରୋନା ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ମହାମାରୀ ନେଇଛି ୧୬୭ ଜୀବନ । ମୃତ୍ୟୁସଂଖ୍ୟା ୧ଲକ୍ଷ ୫୧ହଜାର ୩୨୭ଛୁଇଁଛି । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୪୪% ।

Leave A Reply

Your email address will not be published.