Latest Odisha News

BREAKING NEWS

ଦେଶରୁ ଦିନକରେ ୧୫, ୯୬୮ ନୂଆ କରୋନା ପଜିଟିଭ୍, ୨୦୨ ମୃତ

ନୂଆଦିଲ୍ଲୀ: ଟିକାକରଣ ପୂର୍ବରୁ ଦେଶରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୫ହଜାର ୯୬୮ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ପଜିଟିଭ୍ କେସ୍ ୧କୋଟି ୪ଲକ୍ଷ ୯୫ହଜାର ୧୪୭କୁ ବୃଦ୍ଧି ପାଇଛି ।

ଗତ ୨୪ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୨୦୨ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧ଲକ୍ଷ ୫୧ହଜାର ୫୨୯ ଛୁଇଁଛି । ଦେଶରେ ମୃତ୍ୟୁହାର ୧.୫୫% ରହିଛି ।

କ୍ରମାଗତ ଭାବରେ ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ସୁସ୍ଥହାର ବଢୁଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯୬.୫୧% କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୭ହଜାର ୮୧୭ ସଂକ୍ରମିତ । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୨୯ହଜାର ୧୧୧କୁ ବୃଦ୍ଧି ପାଇଛି । ଏବେ ଦେଶରେ ରହିଛି ୨ଲକ୍ଷ ୧୪ହଜାର ୫୦୭ଟି କରୋନା ସଂକ୍ରିୟ ମାମଲା ।

Leave A Reply

Your email address will not be published.