Latest Odisha News

BREAKING NEWS

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଆବେଦନ ଉପରେ ଆଜି ବିଚାର

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ଆବେଦନ ଉପରେ ଶୁଣାଣି ହେବ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍-SIT କରିଥିବା ଆବେଦନର ଶୁଣାଣି ହେବ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହୋଇ ନଥିଲା । ଏନେଇ ସେ ଲିଖିତ ଭାବରେ ଜଣାଇବା ପରେ ବ୍ରେନ ମ୍ୟାପିଂ ପାଇଁ SIT ପକ୍ଷରୁ ଆବେଦନ ହୋଇଛି ।

ନାବାଳିକା ହତ୍ୟା ମାମଲାରେ ଏସଆଇଟି ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଏକାଠି କରୁଛି । ବ୍ରେନ୍ ମ୍ୟାପିଂ ପରେ ଅଭିଯୁକ୍ତ କଣ ସତ ଓ କେତେ ମିଛ କହୁଛି ଧରାପଡ଼ିବ । ପୂର୍ବରୁ ତାର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ଗତକାଲି ତଦନ୍ତ ପାଇଁ ଏସଆଇଟିକୁ ହାଇକୋର୍ଟ ଆଉ ଦୁଇ ମାସ ସମୟ ଦେଇଛନ୍ତି । ଏହାସହ ଏସଆଇଟି ତଦନ୍ତରେ ସନ୍ତୋୋଷ ପ୍ରକାଶ କରିଛନ୍ତି କୋର୍ଟ । ଦୁଇ ମାସ ଭିତରେ ତଦନ୍ତ ସାରି ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବ ଏସଆଇଟି ।

Leave A Reply

Your email address will not be published.