ନୂଆଦିଲ୍ଲୀ: କାଲି କମିଥିଲା । ଆଜି ବଢ଼ିଲା । ଦେଶରେ ଗତକାଲି ଦୈନିକ ସଂକ୍ରମଣ ୪୦ ଦିନ ପରେ ୨ ଲକ୍ଷ ତଳକୁ ଖସିଥିଲା । ସେହିପରି ମୃତ୍ୟୁସଂଖ୍ୟା ବି ୪ ହଜାର ତଳକୁ ହ୍ରାସ ପାଇଥିଲା । ଆଜି ପୁଣି ଥରେ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮ହଜାର ୯୨୧ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ଆଉ ୪ହଜାର ୧୫୭ ଜୀବନ ।
ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୭୧ଲକ୍ଷ ୫୭ହଜାର ୭୯୫କୁ ବୃଦ୍ଧି ପାଇଛି । କରୋନାରେ ପ୍ରାଣ ହରାଇଛନ୍ତି ମୋଟ୍ ୩ଲକ୍ଷ ୧୧ହଜାର ୩୮୮ ଆକ୍ରାନ୍ତ ।
ଏବେ ଦେଶରେ ଆକ୍ରାନ୍ତଙ୍କ ଅପେକ୍ଷା ଦୈନିକ ସୁସ୍ଥ ହେଉଛନ୍ତି ଅଧିକ । ଖସୁଛି ଆକ୍ଟିଭ୍ କେସ୍ ସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨ଲକ୍ଷ ୯୫ହଜାର ୯୫୫ ସଂକ୍ରମିତ । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କଲେଣି ୨କୋଟି ୪୩ଲକ୍ଷ ୫୦ହଜାର ଆକ୍ରାନ୍ତ । ଏବେ ଦେଶରେ ୨୪ଲକ୍ଷ ୯୫ହଜାର ୫୯୧ ଆକ୍ଟିଭ କେସ୍ ରହିଛି ।
Comments are closed.