Latest Odisha News

BREAKING NEWS

ରେମୁଣା-ବାହାନଗା ଭିତରେ ଲାଣ୍ଡଫଲ୍ କରୁଛି ୟାସ୍, ବାଲେଶ୍ୱର ପରେ ମୟୂରଭଞ୍ଜ ଯିବ

ଭୁବନେଶ୍ୱର: ଧାମରାରୁ ଉତ୍ତର ଆଡ଼କୁ ଗତି କରି ବାଲେଶ୍ୱର ଉପକୂଳର ଦକ୍ଷିଣରେ ଲାଣ୍ଡଫଲ୍ କରିଛି ବାତ୍ୟା ୟାସ୍ । ବାହାନଗା ସଦରରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଦିନ ଗୋଟାଏ ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ଯାଏଁ ପବନର ବେଗ ୧୩୦ ରୁ ୧୪୦ କିଲୋମିଟର ରହିବ ।

ଏବେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ପବନ ଜାରି ରହିଛି । ବାଲେଶ୍ୱରରେ ସାଇଁ ସାଇଁ ହୋଇ ବହୁଛି ପବନ । ବର୍ଷା ପବନରେ ରାସ୍ତାଘାଟ ଏକାକାର । କିଛି ଦିଶୁନି । ଲାଣ୍ଡଫଲ୍ ପରେ ବାଲେଶ୍ୱର ଦେଇ ମୟୂରଭଞ୍ଜ ଯିବ ୟାସ୍ । ସେଠାରେ ବିଭିନ୍ନ ସ୍ଥାନରେ ଶହେ କିଲୋମିଟ ଯାଏ ପବନ ବହିବା ସମ୍ଭାବନା ରହିଛି ।

ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ବାରିପଦାରେ ସର୍ବାଧିକ ବର୍ଷା ରେକର୍ଡ଼ । କୁସୁମିରେ ୩୦୦ ମିଲିମିଟର, ରାଜନଗର ୨୭୫ମି.ମି. ଓ ଏରସମାରେ ୨୭୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।

ବାତ୍ୟା ମୁକାବିଲା ପାଇଁ ସରକାର ପ୍ରଥମରୁ ସଜାଗ ରହିଥିଲେ । ଗତକାଲି ଜୋରସୋରରେ ଚାଲିଥିଲା ଲୋକଙ୍କୁ ସ୍ଥାନାନ୍ତର କାମ । ଆଜି ସକାଳ ୮ଟା ସୁଦ୍ଧା ୫ ଲକ୍ଷ ୮୦ ହଜାର ଲୋକ ସ୍ଥାନାନ୍ତର ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବାଲେଶ୍ୱରରେ ୧ ଲକ୍ଷ ୫୨ ହଜାର, ଭଦ୍ରକରେ ୧ ଲକ୍ଷ ୨୦ ହଜାର ଲୋକ ସ୍ଥାନାନ୍ତର ହୋଇଛନ୍ତି ।

Leave A Reply

Your email address will not be published.