Latest Odisha News

BREAKING NEWS

୨୪ ଘଣ୍ଟାରେ ଦେଶରେ ୨,୪୫୧ କୋଭିଡ୍‌-୧୯ ଆକ୍ରାନ୍ତ; ୫୪ଜଣ ମୃତ

ଦିଲ୍ଲୀ:  ଶୁକ୍ରବାର ମଧ୍ୟ ଦେଶରେ ଦୈନିକ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨ ହଜାରରୁ ଅଧିକ ରହିଛି । ଗତକାଲି ନୂଆ ସଂକ୍ରମଣ ସଂଖ୍ୟା ୨,୦୬୭ ଥିଲା। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା ଏବଂ ମିଜୋରାମରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୩୮୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୫୬ମୃତ୍ୟୁ ରେକର୍ଡ କରାଯାଇଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୫୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୨,୧୧୬ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୫୮୯ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୫,୧୬,୦୬୮।  ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୪୨୪୧।  ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୮୭,୨୬,୨୬,୫୧୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୩,୩୮,୨୫,୯୯୧ଟି ନମୁନା ପରୀକ୍ଷା କରାଯାଇଛି ।

Comments are closed.