Latest Odisha News

BREAKING NEWS

ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର : ଜଣେ ଯବାନ ସହିଦ, ୪ ଆତଙ୍କବାଦୀ ନିପାତ

ଜମ୍ମୁ  : ଜମ୍ମୁରେ ବଡଧରଣ ଆତଙ୍କବାଦୀ ଆକ୍ରମଣ ହୋଇଛି । ମର୍ଣ୍ଣିଂ ସିଫ୍ଟରେ ଯାଉଥିବା ସିଆଇଏସଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଭୋର ୪ଟା ୨୫ରେ ହୋଇଥିବା ଏହି ଆକ୍ରମଣ ଫଳରେ ଏଏସଆଇ ଏସପି ପାଟିଲ ସହିଦ ହୋଇଥିବାବେଳେ ଅନ୍ୟ ୯ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ବସରେ ୧୫ ଜଣ ସୁରକ୍ଷା କର୍ମୀ ଥିଲେ ।

ପ୍ରଥମେ ଗ୍ରେନେଡ ମାଡ କରିବା ପରେ ଅନ୍ଧାଧୁନ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଅର୍ଦ୍ଧ ସାମରିକ ବାହିନୀର ପାଲଟା ଗୁଳିରେ ୪ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି । ଏବେ ବି ସେଠାରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି ।

ଜମ୍ମୁ ସୁଞ୍ଜୁଆନ ଜିଲ୍ଲାର ଚଢା ସେନାକ୍ୟାମ୍ପ ନିକଟରେ ଏହି ଗୁଳି ବିନିମୟ ହୋଇଛି । ସେନା କ୍ୟାମ୍ପ ଉପରେ ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିବା ଜଣାପଡିଛି । ସିଆଇଏସଏଫ ସହ ଏସଓଜି ଏବଂ ସିଆରପିଏଫ ମିଳିତ ଅପରେସନ ଚଳାଇଛନ୍ତି ।

Leave A Reply

Your email address will not be published.