Latest Odisha News

BREAKING NEWS

ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଡବଲ୍ ମ୍ୟୁଟାଣ୍ଟ ଦୁନିଆ ପାଇଁ ଚିନ୍ତାର କାରଣ: WHO

 ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହରେ ସବୁଠୁ ବେଶି ପ୍ରଭାବିତ ହୋଇଛି ଭାରତ । ଦେଶରେ ପ୍ରତିଦିନ ନୂଆ ଭାରିଆଣ୍ଟରେ ସଂକ୍ରମିତ ଲକ୍ଷ ଲକ୍ଷ ନୂଆ ମାମଲା ଆସୁଛି । ଯାହା ଏବେ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, କରୋନାର ଭାରତୀୟ ଭାରିଆଣ୍ଟ ଅଧିକ ସଂକ୍ରାମକ । ଏହା ସାରା ଦୁନିଆ ପାଇଁ ଚିନ୍ତାର ବିଷୟ ଅଟେ ।

ଭାରତରେ ଦେଖା ଯାଉଥିବା ନୂଆ ଭାରିଆଣ୍ଟ B.1.617 ନାଁରେ ନାମିତ । ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସିଙ୍କ ଅନୁସାରେ, କୋଭିଡର ନୂଆ ଭାରିଆଣ୍ଟ ଗତବର୍ଷ ଅକ୍ଟୋବର ମାସରେ ଭାରତରେ ପ୍ରଥମଥର ଦେଖା ଦେଇଥିଲା । କରୋନାର ନୂଆ ଭାରିଆଣ୍ଟ ମୂଳ ଭାରିଆଣ୍ଟ ତୁଳନାରେ ସହଜରେ ସଂକ୍ରମିତ କରୁଛି । ସମ୍ଭବତଃ ନୂଆ ଭାରିଆଣ୍ଟ ଭ୍ୟାକ୍ସିନ୍ ଠାରୁ ବର୍ତ୍ତିବା ଲାଗି ଶକ୍ତି ବିକଶିତ କରିଥିବା କୁହାଯାଉଛି ।

ଏହା ପୂର୍ବରୁ କରୋନାର ଅନ୍ୟ ତିନୋଟି ଭାରିଆଣ୍ଟ ଚିହ୍ନଟ ହୋଇଛି । ଯାହାକୁ ବ୍ରିଟେନ୍, ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଭାରିଆଣ୍ଟ କୁହାଯାଉଛି । ଏହି ଭାରିଆଣ୍ଟ ମଧ୍ୟ କରୋନାର ମୂଳ ଭାରିଆଣ୍ଟ ଠାରୁ ଅଧିକ ବିପଜ୍ଜନକ ଓ ସଂକ୍ରାମକ । କରୋନାର ଦ୍ୱିତୀୟ ପ୍ରବାହରେ ସଂଘର୍ଷ କରୁଥିବା ଭାରତରେ ଦୈନିକ ୪ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହେଉଛି । ଯଦିଓ ସୋମବାର ଏହି ସଂଖ୍ୟା ସାମାନ୍ୟ ଖସିଛି ତଥାପି ସ୍ଥିତି ବେଶ୍ ଖରାପ ରହିଛି ।

Leave A Reply

Your email address will not be published.