Latest Odisha News

BREAKING NEWS

ଦେଶରେ ପ୍ରଥମ ମଙ୍କିପକ୍ସ ‘ସନ୍ଦିଗ୍ଧ’ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମଙ୍କିପକ୍ସ ‘ସନ୍ଦିଗ୍ଧ’ ମାମଲା ରବିବାର ଦିନ ଚିହ୍ନଟ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛନ୍ତି ଯେ ନିକଟରେ  ବିଦେଶ ଫେରନ୍ତା ଜଣେ ଯୁବକଙ୍କ ଶରୀରରେ ମଙ୍କିପକ୍ସ ଲକ୍ଷଣ ଚିହ୍ନଟ ହୋଇଛି। ଲକ୍ଷଣ ଦେଖାଯିବାରୁ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ମଙ୍କିପକ୍ସ ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ।

ସୂଚନାଯୋଗ୍ୟ, ଆଫ୍ରିକା ପରେ ୟୁରୋପୀୟ ଦେଶମାନଙ୍କରେ ମଧ୍ୟ ଏହି ଭୂତାଣୁ ବ୍ୟାପିବାରେ ଲାଗିଛି, ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ ସୂଚନା ଜାରି କରିଛି । ଅଗଷ୍ଟ ୧୪ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ଯ ସଂଗଠନ ହେଲଥ ଏମର୍ଜେନ୍ସି ଘୋଷଣା କରିଥିଲେ।

Comments are closed.