Latest Odisha News

୮୧ ଦିନ ପରେ ଦେଶରେ ୬୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଦୈନିକ ମୃତ୍ୟୁସଂଖ୍ୟା ବି ଧିରେ ଧିରେ କମୁଛି । ଏବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ ତଳକୁ ଖସିଛି । ମୃତ୍ୟୁସଂଖ୍ୟା ଦୁଇ ହଜାରରୁ କମ୍ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୮ହଜାର ୪୧୯ ନୂଆ ଆକ୍ରାନ୍ତ । ୮୧ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୬୦ହଜାର ତଳକୁ ହ୍ରାସ ପାଇଛି । ଏହି ସମୟରେ କରୋନା ନେଇଛି ଆଉ ୧୫ଶହ ୭୬ ଆକ୍ରାନ୍ତଙ୍କ ଜୀବନ ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୮ଲକ୍ଷ ୮୧ ହଜାରରୁ ଅଧିକ । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୮୬ହଜାର ୭୧୩କୁ ବୃଦ୍ଧି ପାଇଛି ।

ସଂକ୍ରମିତଙ୍କ ସହ ସୁସ୍ଥ ସଂଖ୍ୟା ବି ବଢୁଛି । ୨୪ ଘଣ୍ଟାରେ ଆଉ ୮୭ହଜାର ୬୧୯ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ସୁସ୍ଥସଂଖ୍ୟା ୨କୋଟି ୮୭ଲକ୍ଷ ୬୬ ହଜାରରୁ ଅଧିକ ରହିଛି । ଅର୍ଥାତ ଦେଶରେ ୯୫ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ୭ଲକ୍ଷ ୨୯ହଜାର ୨୪୩ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.