କବିତା : ବାପା ତୁମେ

 ଅନୀତା ଦାସ     

ଆସିଛନ୍ତି ଯେତେ ମନୁଷ୍ୟ ଜୀବନେ,
ବାପା ତୁମେ ଅମୁଲ୍ୟ ମନୁଷ୍ୟ ମୋ ପାଇଁ ସବୁ ବେଳେ।

ଜୀବନେ ଜାଳିଛି ଯେତେ ଦୀପାଳି,
ତୁମ ମଙ୍ଗଳ କାମନା ନିମନ୍ତେ ଦିଏ ଜାଳି।

ତୁମେ ହିଁ ମୋ ପାଇଁ ପ୍ରଦୀପ ଶିଖା,
ତୁମେ ହିଁ ମୋ ଜୀବନର ଏକ ମାତ୍ର ରେଖା।

ଯାହା ବି କରିଛ,ଯାହା ବି ଭାବିଛ ମୋ ପାଇଁ,
ସଦା ସର୍ବଦା କୁସୁମିତ ହୋଇଛି ମୋ ଚଲାପଥ ତୁମ ପାଇଁ।

ଦେବାକୁ ଯାଇ ମୋତେ ଅସୀମିତ ସୁଖ,
ପାଇଛ ଅନବରତ ଖାଲି କଷ୍ଟ ଓ ଦୁଃଖ।

ତୁମେ ଶିଖାଇଛ ମୋତେ ଦୁନିଆର ରୀତିନୀତି,
ଦେଖାଇଛ ଜୀବନର ଅନେକ ମୋଡ଼ ଓ ଗତି।

ଈଶ୍ୱର ପ୍ରଦତ୍ତ ମନୁଷ୍ୟଟିଏ ମୁଁ ମନରେ ମୋ ଅନେକ ଗର୍ବ,
ହେଲେ ଖୁସି ହୁଏ ଯେବେ ତୁମେ କର ମୋ ପାଇଁ ଗର୍ବ।

ଜୀବନରେ ଆସୁ ଯେତେ ଝଡ଼ ଝଞ୍ଜା ଆଉ ଦୁଃଖ,
ତୁମେ ପାଖେ ଥିଲେ ଲାଗେ ସବୁ ସହଜ।

ମୋ ଲକ୍ଷ୍ୟକୁ ପୂରଣ କରିବାକୁ ଯାଇ,
ସର୍ବଦା ନିଜ ଖୁସିକୁ ଜଳାଞ୍ଜଳି ଦେଇଛ ମୋ ପାଇଁ।

ଆଶା ମୋର ବାକି ଜୀବନ ଦେବାକୁ ତୁମକୁ ସବୁ ସୁଖ,
ଈଶ୍ୱରଙ୍କୁ ଏତିକି ମାଗୁଣି ,କରନ୍ତୁ ମୋର ଅଭିଳାଷ ପୂର୍ଣ୍ଣ।

ମୋର ଆଜି ହେଉ କାଲି ଅବା ଭବିଷ୍ୟତ,
ଚାଲୁଥାଏ ଧରି ସଦା ସର୍ବଦା ତୁମ ହାତ।

ଶିକ୍ଷୟିତ୍ରୀ,ଯାଜପୁର