Latest Odisha News

BREAKING NEWS

ପ୍ରାଣଘାତୀ କରୋନା: ଦେଶରୁ ୧୦ ଦିନରେ ନେଲାଣି ୩୬ ହଜାର ଜୀବନ, ପ୍ରତି ଘଣ୍ଟାରେ ୧୫୦ ମୃତ

ନୂଆଦିଲ୍ଲୀ: ସେକେଣ୍ଡେ ଓ୍ୱେଭରେ ଭାରତରେ କରୋନା କରାଳ ରୂପ ଦେଖାଉଛି । ମୃତ୍ୟୁର ବିଭୀଷିକାରେ ବ୍ରେକ ଲାଗୁନି । ଏବେ ଦୈନିକ ମୃତ୍ୟୁସଂଖ୍ୟା ୩ହଜାର ତଳକୁ ଖସିବାର ନାଁ ଧରୁନି । ଗତ ୧୦ ଦିନ ହେବ ପ୍ରତିଦିନ ଦେଶରୁ ୩ହଜାରରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ୧୦ ଦିନରେ ୩୬ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ଏହି ହିସାବରେ ଦେଖିଲେ ପ୍ରତି ଘଣ୍ଟାରେ ଦେଶରୁ ୧୫୦ ଜଣଙ୍କର ଜୀବନ ନେଉଛି କରୋନା ।
୧୦ରାଜ୍ୟରେ ଦୈନିକ ମୃତ୍ୟୁସଂଖ୍ୟା ୭୬%

ଅନ୍ୟ କୌଣସି ଦେଶରେ ୧୦ ଦିନରେ ଏତେ ସଂଖ୍ୟକ ମୃତ୍ୟୁ ହୋଇ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ ଆମେରିକାରେ ୧୦ ଦିନରେ ୩୪ହଜାର ୭୯୮ ଓ ବ୍ରାଜିଲରେ ୩୨ହଜାର ୬୯୨ ଜଣ ପ୍ରାଣ ହରାଇଥିଲେ । ଭାରତରେ ବିଶେଷ କରି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ ଭଳି ୧୦ଟି ରାଜ୍ୟରେ ଦୈନିକ ୭୬ ପ୍ରତିଶତ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି ।

ଏବେ ଦେଶେର ଏମିତି ସ୍ଥିତି ଯେ, ଶ୍ମଶାନରୁ ଚିତା ଲିଭୁନି । କି ଦିନ ଅବା ରାତି, ଜୁଇଁ ଜଳୁଛି । ଏପରିକି ଶବ ସତ୍କାର ପାଇଁ ଶ୍ମଶାନରେ ଜାଗା ବି ମିଳୁନି । ଘଣ୍ଟା ଘଣ୍ଟା ଶ୍ମଶାନ ଆଗରେ ଶବଙ୍କ ଲାଇନ୍ ଲାଗୁଛି । ଏଭଳି ହୃଦୟ ବିଦାରକ ଚିତ୍ର ଦେଶର ବିଭିନ୍ନ ରାଜ୍ୟରୁ ଆସୁଛି ।

Leave A Reply

Your email address will not be published.