Latest Odisha News

BREAKING NEWS

କ୍ରମାଗତ ଦ୍ୱିତୀୟ ଦିନରେ ଦେଶରୁ ୪ ଲକ୍ଷ କରୋନା ପଜିଟିଭ୍, ମୃତ୍ୟୁରେ ଲାଗୁନି ବ୍ରେକ୍

ନୂଆଦିଲ୍ଲୀ: ଘାତକ ହେଉଛି କରୋନା । ଦେଶରେ ସ୍ଥିତି ଉଦବେଗଜନକ । ମେ’ ମାସରେ ଦୈନିକ ସଂକ୍ରମଣ ୪ ଲକ୍ଷରୁ ଅଧିକ ରହୁଛି । ଦିନକରେ ୪ ହଜାର ପାଖାପାଖି ମୃତ୍ୟୁବରଣ କରୁଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ୪ ଲକ୍ଷ ଉପରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪ଲକ୍ଷ ୧୪ହଜାର ୧୮୮ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୪ଲକ୍ଷ ୧୨ହଜାର ୭୮୪ ।

ଗତ ୫ ତାରିଖ ଯାଏ ଲଗାତାର ୧୬ ଦିନ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ଉପରେ ରହୁଥିଲା । ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର । ସେଠାରୁ ଦୈନିକ ୫୦ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ରାଜ୍ୟ କର୍ଣ୍ଣାଟକ । ୧୦ଟି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ପ୍ରତିଶତରୁ ଅଧିକ ରହୁଛି ।

ଗତ ୨୪ ଘଣ୍ଟାରେ ଦେଶରୁ କରୋନା ନେଇଛି ଆଉ ୩ହଜାର ୯୧୫ ଜୀବନ । ଗତ ୨୪ ଘଣ୍ଟାରେ ୧୩ଟି ରାଜ୍ୟରେ ଶହରୁ ଅଧିକ କରୋନା ଜନିତ ମୃତ୍ୟ ରିପୋର୍ଟ ହୋଇଛି । ମହାାରାଷ୍ଟ୍ରରେ କରୋନା ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ଦିନକରେ ଆଉ ୮୫୩ ଜଣ ପ୍ରାଣ ହରାଇଥିବା ବେଳେ ଉତ୍ତରପ୍ରଦେଶ, ଦିଲ୍ଲୀ ଓ କର୍ଣ୍ଣାଟକରେ ଏହି ସଂଖ୍ୟା ୩ଶହରୁ ଅଧିକ ରହିଛି । ଛତିଶଗଡ଼ରେ ଦୁଇ ଶହରୁ ଅଧିକ ଜୀବନ ନେଇଛି ମହାମାରୀ ।

 

Leave A Reply

Your email address will not be published.