Latest Odisha News

BREAKING NEWS

ଦେଶରେ ୪ ହଜାର ଟପିଲା ଦୈନିକ ମୃତ୍ୟୁସଂଖ୍ୟା, ୪ ଲକ୍ଷ ତଳକୁ ଖସୁନି ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଦୈନିକ ଡେଥ୍ କେସ୍ ତିନି ହଜାରରୁ ଏବେ ଚାରି ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ମୃତ୍ୟୁସଂଖ୍ୟା ପ୍ରଥମ ଥର ୪ହଜାର ଡେଇଁଛି । ଗତ ୨୪ ଘଣ୍ଟାରେ ମହାମାରୀରେ ୪ହଜାର ୧୮୭ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୨ଲକ୍ଷ ୩୮ହଜାର ୨୭୦କୁ ବୃଦ୍ଧି ପାଇଛି ।

ଆମେରିକା ଓ ବ୍ରାଜିଲ ପରେ ତୃତୀୟ ଦେଶ ଭାବରେ ଭାରତରେ ଦୈନିକ ମୃତ୍ୟୁସଂଖ୍ୟା ଟପିଛି ୪ ହଜାର । ଜାନୁଆରୀ ୧୨ ତାରିଖରେ ଆମେରିକାରେ ଦିନକରେ ସର୍ବାଧିକ ୪ହଜାର ୪୯୦ ଆକ୍ରାନ୍ତ ପ୍ରାଣ ହରାଇଥିଲେ । ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ରାଜସ୍ଥାନ ଭଳି ୫ଟି ରାଜ୍ୟରେ ଦୈନିକ ମୃତ୍ୟୁସଂଖ୍ୟା ବଢୁଛି ।

ଦେଶରେ କ୍ରଗାମଗତ ଚତୁର୍ଥ ଦିନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ତଳକୁ ଖସୁନି । ଆଜି ଚିହ୍ନଟ ହୋଇଛନ୍ତି ୪ଲକ୍ଷ ୧ହଜାର ୭୮ ନୂଆ ସଂକ୍ରମିତ । ଗତ ଫେବ୍ରୁଆରୀ ୧୪ ପରଠୁ ବର୍ତ୍ତମାନ ସୁଦ୍ଧା ଦେଶରୁ ୧କୋଟି ୯ଲକ୍ଷ ୬୮ ହଜାର ପଜିଟିଭ୍ କେସ୍ ବାହାରିଛି । ୨୦୨୦ ଜାନୁଆରୀରୁ ୨୦୨୧ ଫେବ୍ରୁଆରୀ ଭିତରେ ଦେଶରେ ଏହି ସଂଖ୍ୟା ଥିଲା ୧କୋଟି ୯ଲକ୍ଷ ୧୬ ହଜାର ।

ଏଥିରୁ ଅନୁମାନ କରାଯାଇପାରେ ଯେ, ପ୍ରଥମ ଓ୍ୱେଭ୍ ଅପେକ୍ଷା କେତେ ମାରାତ୍ମକ ଓ ସାଂଘାତିକ କରୋନାର ସେକେଣ୍ଡ ଓ୍ୱେଭ୍ । ସଂକ୍ରମଣ ବଢିବା ସହ ଅଧିକ ଜୀବନ ବି ଯାଉଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ୩୭ଲକ୍ଷ୨୩ହଜାର ୪୪୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.