Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୧୧,୮୦୭ କରୋନା ସଂକ୍ରମିତ ଚିହ୍ନଟ, ପଜିଟିଭ୍ ହାର ୨୩%

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବିସ୍ତାର କରୁଛି । ଏବେ ୧୦ ହଜାର ଉପରେ ରହୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୮୦୭ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧୨ହଜାର ୨୩୮ । ଆଜି ରାଜ୍ୟରେ ପଜିଟିଭ୍ ହାର ରହିଛି ୨୩ ପ୍ରତିଶତ । କ୍ୱାରେଣ୍ଟାଇନରୁ ୬୬୧୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୧୯୪ଟି ।

ଟପ୍-୩ ସଂକ୍ରମିତ ଜିଲ୍ଲା
୨୭ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ଅଧିକ ରହୁଛି । ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକରେ ସଂକ୍ରମଣରେ ବ୍ରେକ ଲାଗୁନି । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୨, ଖୋର୍ଦ୍ଧାରୁ ୧୫୧୦ ଓ କଟକରୁ ଚିହ୍ନଟ ହୋଇଛନ୍ତି ୧୦୫୨ ନୂଆ ସଂକ୍ରମିତ । ଏହି ତିନିଟି ଜିଲ୍ଲାରୁ କେବଳ ୩୮ ପ୍ରତିଶତ ପଜିଟିଭ୍ ବାହାରିଛନ୍ତି ।
୨୭ ଜିଲ୍ଲାରେ ତିନି ଅଙ୍କ ଉପରେ ଦୈନିକ ଆକ୍ରାନ୍ତ
ସେହିପରି ଅନୁଗୋଳରୁ ୫୬୦, ସମ୍ୱଲପୁରରୁ ୫୩୩, ପୁରୀ ୪୫୪, ବଲାଙ୍ଗିରରୁ ୪୩୭, ବରଗଡ଼ରୁ ୪୨୮, ଝାରସୁଗୁଡ଼ା ୪୨୧, ନବରଙ୍ଗପୁର ଜିଲ୍ଲାରୁ ବାହାରିଛନ୍ତି ୪୧୯ ନୂଆ ଆକ୍ରାନ୍ତ । ବାକି ୨୧ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେରୁ ଚାରି ଶହ ଭିତରେ ରହିଛି । କେବଳ ମାଲକାନଗିରି, କନ୍ଧମାଳ ଓ ଭଦ୍ରକ ଜିଲ୍ଲାରେ ଏହି ସଂଖ୍ୟା ଶହେରୁ କମ୍ ।

ଦିନକରେ ୫୦ହଜାର କୋଭିଡ୍ ଟେଷ୍ଟ
ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୫୦ହଜାର ୮୬୪ଟି କୋଭିଡ୍ ଟେଷ୍ଟ ହୋଇଛି । ସେହିପରି କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫ଲକ୍ଷ ୨୪ହଜାର ୨୦୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୪ଲକ୍ଷ ୩୧ହଜାର ୬୫୮ ଆକ୍ରାନ୍ତ । ମୋଟ୍ ମୃତ୍ୟୁସଂଖ୍ୟା ରହିଛି ୨୧ଶହ ୬୧ । ଏବେ ରାଜ୍ୟରେ ୯୦ହଜାର ୩୩୫ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.