Latest Odisha News

ଦେଶରେ ୮୪ ଲକ୍ଷ କରୋନା ପଜିଟିଭ୍, ମହାମାରୀରେ ଲକ୍ଷେ ୨୫ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢୁଛି ଦୈନିକ କରୋନା କେସ । ୫୦ ହଜାରରୁ ଅଧିକ ପଜିଟିଭ୍ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୫୦ ହଜାର ୩୫୭ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୬୨ ହଜାର ୦୮୧କୁ ବୃଦ୍ଧି ପାଇଛି ।

ସେହିପରି ଦୈନିକ ମୃତ୍ୟୁସଂଖ୍ୟାରେ ବି ବୃଦ୍ଧି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ମହାମାରୀ ନେଇଛି ଆଉ ୫୭୭ ଆକ୍ରାନ୍ତଙ୍କ ଜୀବନ । ଏଯାଏ କରୋନାରେ ୧ ଲକ୍ଷ ୨୫ ହଜାର ୫୬୨ ଆକ୍ରାନ୍ତ ମୃତ୍ୟୁବରଣ କଲେଣି । ଦେଶରେ ମୃତ୍ୟୁହାର ରହିଛି ୧.୪୮% ।

ବଢୁଛି ସୁସ୍ଥ ସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୫୩ ହଜାର ୯୨୦ ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୭୮ ଲକ୍ଷ ୧୯ ହଜାର ୮୮୭କୁ ବୃଦ୍ଧି ପାଇଛି । ଦେଶରେ ସୁସ୍ଥ ହାର ରହିଛି ୯୨.୪୧% । ଆକ୍ଟିଭ୍ କେସ୍ ୫ ଲକ୍ଷ ୧୬ ହଜାର ୬୩୨ ରହିଛି ।

ଦେଶରେ ରାଜଧାନୀ ଦିଲ୍ଲୀ ଓ କେରଳରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ୭ ହଜାର ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେରଳରୁ ୭ ହଜାର ୨ ନୂଆ ପଜିଟିଭ୍ କେସ୍ ସାମନାକୁ ଆସିଛି । କେରଳ ଓ ଦିଲ୍ଲୀରେ ପୂର୍ବରୁ ସଂକ୍ରମଣ ହ୍ରାସ ପାଇଥିଲା । ଏବେ ବଢୁଥିବାରୁ ନୂଆ ଚ୍ୟାଲେଞ୍ଜ ସସୃଷ୍ଟି କରିଛି ।

Leave A Reply

Your email address will not be published.