Latest Odisha News

ଦ କପିଲ ଶର୍ମା ସୋ ଛାଡିବେ କ୍ରିଷ୍ଣା ଅଭିଷେକ!

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପରେ ଆରମ୍ଭ ହୋଇଥିବା କପିଲ ଶର୍ମା ସୋ ଦର୍ଶକଙ୍କ ଭଲ ମନୋରଞ୍ଜନ କରୁଛି। ସୋ ସହିତ ଜଡିତ ସମସ୍ତ କଳାକାର ବହୁତ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ପ୍ରଶଂସକମାନେ କ୍ରିଷ୍ଣା ଅଭିଷେକଙ୍କ କମେଡିକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। କପିଲ ଏବଂ କ୍ରିଷ୍ଣାଙ୍କ ଯୁଗଳବନ୍ଦୀକୁ ଦର୍ଶକ ବେଶ୍‌ ଉପଭୋଗ ମଧ୍ୟ କରୁଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ କ୍ରିଷ୍ଣା ହେଉଛନ୍ତି କପିଲଙ୍କ ସୋ’ର ଜାନ୍‌।

କିନ୍ତୁ ସୋସିଆଲ ମିଡିଆରେ ଏଭଳି ଖବର ଖୁବ୍‌ ବ୍ୟାପିବାରେ ଲାଗିଛି ଯେ କ୍ରିଷ୍ଣା କପିଲଙ୍କ ସୋ ଛାଡିବାକୁ ଚାହୁଁଛନ୍ତି। ସେ ନିଜେ ଏହି ସୋ’ରେ ଘୋଷଣା କରିଛନ୍ତି ଯେ ସେ ଏହି ସୋ’ର ଅଂଶ ହେବାକୁ ଚାହୁଁନାହାଁନ୍ତି। ଏହି ଖବର ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଅତ୍ୟନ୍ତ ଉଦାସ ହୋଇ ନିଜର ଦୁଃଖ ପ୍ରକାଶ କରିଛନ୍ତି।

କିନ୍ତୁ ପ୍ରକୃତ କଥା ହେଉଛି ଯେ କ୍ରିଷ୍ଣା କପିଲଙ୍କ ସୋ ଛାଡିବାକୁ ଯାଉ ନାହାଁନ୍ତି। ସେମାନେ ଏହି ଶୋ ସହିତ କ୍ରମାଗତ ଭାବରେ ଜଡିତ ରହିବେ। ତେବେ ମଜା ମଜାରେ ସେ ଏଭଳି ସୋ ଛାଡିବାକୁ କହିଥିବା ସୂଚନା ମିଳିଛି।

Comments are closed.