Latest Odisha News

BREAKING NEWS

ଦେଶରୁ ୨୪ ଘଣ୍ଟାରେ ୧ଲକ୍ଷ ୩୨ ହଜାର କରୋନା ଆକ୍ରାନ୍ତ, ପଜିଟିଭ୍ ହାର ୬.୩୮%

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା କାୟା । ଦେଢ଼ ଲକ୍ଷ ତଳକୁ ଖସିଛି ଦୈନିକ ସଂକ୍ରମଣ । ପଜିଟିଭ୍ ହାର ବି ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୨ହଜାର ୩୬୪ ନୂଆ ଆକ୍ରାନ୍ତ । ଏହି ସମୟରେ ୨୦ଲକ୍ଷ ୭୫ହଜାର କୋଭିଡ୍ ଟେଷ୍ଟ ହୋଇଛି । ଦେଶରେ କ୍ରମାଗତ ୧୧ ଦିନ ହେବ ୧୦ ପ୍ରତିଶତ ତଳେ ରହୁଛି ପଜିଟିଭ୍ ହାର । ଗତ ୨୪ ଘଣ୍ଟାରେ ପଜିଟିଭ୍ ହାରି ରହିଛି ୬.୩୮% ।

ଦେଶରେ ତିନି ହଜାର ତଳଖୁ ଖସିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୨ହଜାର ୭୧୩ ଜୀବନ । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୩୦ହଜାର ୭୦୨କୁ ବୃଦ୍ଧି ପାଇଛି ।

ଆକ୍ରାନ୍ତଙ୍କ ଅପେକ୍ଷା ଏବେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି । ଗତ ୨୪ ଘଣ୍ଟାରେ କୋନାରୁ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୭ହଜାର ୭୧ ଆକ୍ରାନ୍ତ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୫ଲକ୍ଷକୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨କୋଟି ୬୫ଲକ୍ଷ ୯୭ହଜାର ଆକ୍ରାନ୍ତ । ଏବେ ୧୬ଲକ୍ଷ ୩୫ହଜାର ୯୯୩ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.