Latest Odisha News

BREAKING NEWS

ଦେଶରେ ୨ଲକ୍ଷ ପାର କଲା କରୋନା ଡେଥ୍ କେସ୍, ୬ ମାସରେ ଲକ୍ଷେ ମୃତ

ନୂଆଦିଲ୍ଲୀ: କରୋନାର ଏପ୍ରିଲ ଟେନସନ୍ । ଘାତକ ହେଉଛି ମହାମାରୀ । ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ଦେଶରେ ଆଜି କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ପାର କରିଛି । ସେହିପରି ରେକର୍ଡ ତିନି ହଜାର ଡେଇଁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୨ଶହ ୯୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୨ଲକ୍ଷ ୧ହଜାର ୧୮୭ରେ ପହଞ୍ଚିଛି ।

ଗତବର୍ଷ ଅକ୍ଟୋବର ୨ ତାରିଖରେ ଦେଶରେ କରୋନା ମୃତ୍ୟୁସଂଖ୍ୟ ଲକ୍ଷେ ପାର କରିଥିଲା । ମାତ୍ର ଛଅ ମାସ ଭିତରେ ଆଉ ଲକ୍ଷେ ଜୀବନ ନେଇଛି ମହାମାରୀ । ସେହିପରି ଏପ୍ରିଲରେ ଲଗାତାର ଅଷ୍ଟମ ଦିନରେ ଦେଶରୁ କରୋନାରେ ଦୁଇ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ ଆଦି ୧୦ଟି ରାଜ୍ୟରେ ଦୈନିକ ମୃତ୍ୟୁସଂଖ୍ୟା କେବଳ ୭୭% ରହୁଛି ।

ସାରା ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଆମେରିକାରେ ସର୍ବାଧିକ ୫ଲକ୍ଷ ୭୨ ହଜାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ । ସେଠାରେ କରୋନା ୩ଲକ୍ଷ ୯୨ ହଜାର ଓ ତୃତୀୟ ସ୍ଥାନରେ ଥିବା ମେକ୍ସିକୋରେ ମହାମାରୀରେ ମରିଛନ୍ତି ୨ଲକ୍ଷ ୧୫ ହଜାର ସଂକ୍ରମିତ ।

Leave A Reply

Your email address will not be published.