Latest Odisha News

BREAKING NEWS

ଓଡ଼ିଶା ଆସୁଛି ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା, ଯାଜପୁର ଓ କେନ୍ଦୁଝରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ (୪୫ବର୍ଷରୁ ଅଧିକ) ଟିକାକରଣ ଜାରି ରହିଛି ।  ଆଜି ରାଜ୍ୟରେ ପହଞ୍ଚିବ ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା । ଟିକା ଅଭାବରୁ ଆଜି ଯାଜପୁର ଓ କେନ୍ଦୁଝରରେ ବନ୍ଦ ରହିଛି ଟିକାକରଣ । ୪୬୪ କେନ୍ଦ୍ରରେ ଆଜି ଟିକାକରଣ କରାଯାଉଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ ହଜାର କୋଭିସିଲ୍ଡ ଓ ୩.୫ ଲକ୍ଷ କୋଭାକ୍ସିନ ଟିକା ମହଜୁଦ ରହିଛି । ଗତକାଲି ୬୧୭ ଟିକାକରଣ କେନ୍ଦ୍ରରେ ୬୫ ହଜାର ୭୭୬ ଜଣଙ୍କୁ ଟିକାକରଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୪ ହଜାର ୯୧୬ ଡୋଜ୍ ଦିଆଯାଇଛି ।

ସେହିପରି ଆଜିଠାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ (୧୮-୪୪ ବର୍ଷ ବର୍ଗ) ଟିକାକରଣ ପାଇଁ ପଞ୍ଜିକରଣ । ଟିକା ଆଣିବା ପାଇଁ ନିର୍ମାତା କମ୍ପାନୀ ସହ ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ଯେତେ ଟିକା ପହଞ୍ଚିବ ସେବେଠାରୁ ଟିକାକରଣ କରାଯିବ । ସେସନ୍ ସାଇଟ ପ୍ରସ୍ତୁତ ଅଛି । ଆବଶ୍ୟକ ସ୍ଥଳେ ବୃଦ୍ଧି କରାଯିବ ବୋଲି କହିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

Leave A Reply

Your email address will not be published.