ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ ଖସିଛି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୨୬ହଜାର ୯୮ ନୂଆ ଆକ୍ରାନ୍ତ । ଏଗତକାଲି ଏହି ସଂଖ୍ୟା ଥିଲା ୩ଲକ୍ଷ ୪୩ହଜାର ୧୪୪ । ସେହିପରି ଚାରି ହଜାର ତଳକୁ ଖସିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୩ହଜାର ୮୯୦ ଜୀବନ । ଗତକାଲି ୪୦୦୦ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।
ଦୈନିକ ଆକ୍ରାନ୍ତ କମ୍, ସୁସ୍ଥ ଅଧିକ
ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୪୩ଲକ୍ଷ ୭୨ହଜାର ୯୦୭ । ମୃତ୍ୟୁସଂଖ୍ୟା ୨ଲକ୍ଷ ୬୬ହଜାର ୨୦୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସୁସ୍ଥ ହୋଇଛନ୍ତି । ଦିନକରେ ୩ଲକ୍ଷ ୫୩ହଜାର ୨୯୯ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶେର ୩୬ଲକ୍ଷ ୭୩ହଜାର ୮୦୨ ଆକ୍ଟିଭ୍ କେସ୍ ରହିଛି ।
ଗତକାଲି ଅପେକ୍ଷା କମିଛି ଟେଷ୍ଟିଂ
ତକାଲି ଅପେକ୍ଷା ଆଜି ଟେଷ୍ଟିଂ କମିଛି । ସେହି ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା ବି ହ୍ରାସ ପାଇଛି । ଗତକାଲି ଦେଶରେ ୧୮ଲକ୍ଷ ୭୫ହଜାର ୫୧୫ କୋଭିଡ୍ ଟେଷ୍ଟ ହୋଇଥିଲା । ଆଜି ୧୬ଲକ୍ଷ ୯୩ହଜାର ୯୩ ନମୁନା ପରୀକ୍ଷା ହୋଇଛି । ଦେଶରେ ମୋଟ୍ ଦୈନିକ ସଂକ୍ରମିତଙ୍କ ୭୨ ପ୍ରତିଶତ କେବଳ ୧୦ଟି ରାଜ୍ୟରୁ ଚିହ୍ନଟ ହେଉଛନ୍ତି । ସେହିପରି ୧୦ଟି ରାଜ୍ୟରେ କେବଳ ୭୩ପ୍ରତିଶତ ଦୈନିକ ମୃତ୍ୟୁସଂଖ୍ୟା ରହିଛି ।
BREAKING NEWS
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
- High Court: ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ..
- ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ
- AI Data Centers In Space: ମହାକାଶରେ ଖୋଲିବ AI ଡାଟା ସେଣ୍ଟର, ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି SpaceX CEO…
- EPFO: ସର୍ବନିମ୍ନ ପେନସନ୍ ୭,୫୦୦ ଟଙ୍କାକୁ ବୃଦ୍ଧି କରିବେ କି ସରକାର? ଶ୍ରମ ମନ୍ତ୍ରୀ ଦେଲେ ବଡ଼ ସୂଚନା…
- ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି
- India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
- Turkey Offer To Iran: ଆମେରିକାକୁ ତେଲ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଚୁକ୍ତି କର…ଇରାନକୁ ବଡ଼ ପ୍ରସ୍ତାବ ଦେଲା ତୁର୍କୀ…
Comments are closed.