Latest Odisha News

BREAKING NEWS

ରେକର୍ଡ ଭାଙ୍ଗୁଛି ସଂକ୍ରମଣ; ୨୫ ହଜାର ପାର୍ କଲା କରୋନା ସକ୍ରିୟ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୫୩୩୫ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ବର୍ତ୍ତମାନ କରୋନା ସକ୍ରିୟ ସଂଖ୍ୟା ୨୫ ହଜାର ୫୮୭ରେ ପହଞ୍ଚିଛି। ସେହିପରି ଦୈନିକ ସଂକ୍ରମଣ ହାରରେ ବି ବୃଦ୍ଧି ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦୈନିକ ପଜିଟିଭ୍ ହାର୍ ୩.୩୨ ପ୍ରତିଶତ ରହିଛି।

ସେହିପରି ଦିନକରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ର, କର୍ଣ୍ଣାଟକରୁ ଦୁଇ ଲେଖାଏ ମତ୍ୟୁ ହୋଇଥିବା ବେଳେ ପଞ୍ଜାବ ଓ କେରଳରୁ ଜଣେ ଲେଖାଏ ମୃତ୍ୟୁ ହୋଇଛି। କେରଳରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ପୁନଃ ଗଣନାରୁ ଜଣାପଡ଼ିଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ଦେଶରେ ୫.୩୦,୯୨୯ ହୋଇଛି।  ସାପ୍ତାହିକ ପଜିଟିଭ ହାର ୨.୮୯ ପ୍ରତିଶତ ହୋଇଛି।

ନୂଆ ସଂକ୍ରମଣକୁ ମିଶାଇଲେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୪,୪୭,୩୯,୦୫୪ କୋଟି ହୋଇଛି। ମୋଟ ମାମଲାର ୦.୬ ପ୍ରତିଶତ ଆକ୍ଟିଭ୍ ମାମଲା ରହିଛି। ଜାତୀୟ ସୁସ୍ଥ ହାର ରହିଛି ୯୮.୭୫ ପ୍ରତିଶତ।

ବର୍ତ୍ତମାନ ସୁଧା ୪,୪୧,୮୨,୫୩୮ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସେହିପରି ଦେଶରେ ମୋଟ ୨୨୦.୬୬ କୋଟି କୋଭିଡ୍ ଡୋଜ୍ ଦିଆଯାଇଥିବା ସୂଚନା ମିଳିଛି।

ରାଜଧାନୀ ଦିଲ୍ଲୀରେ କୋଣ ଅନୁକୋଣରେ କରୋନା ବ୍ୟାପିଲାଣି। ଆଜି ଦିଲ୍ଲୀରେ ୫୦୦ରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ପ୍ରତି ୧୦୦ ସମ୍ପଲ ଟେଷ୍ଟରେ ୨୬ ରୋଗୀ ବାହାରୁଛନ୍ତି। ତେବେ ଆଶ୍ୱସ୍ତିକର କଥା ହେଲା ଅଧିକାଂଶ ଲୋକଙ୍କଠାରେ ହାଲୁକା ସଂକ୍ରମଣ ଦେଖାଯାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି କମ୍ ରହୁଛି।

Comments are closed.